ଓଡିଶା

odisha

ETV Bharat / city

ବିଶ୍ୱରେ ଏକ ନମ୍ବର ହେବ ଭାରତ, ବିଜେପି କରୁଛି ରୋଡ଼ ମ୍ୟାପ୍ - ବିଜେପିର ପ୍ରେସମିଟ

ଭାରତକୁ ବିଶ୍ୱରେ ଏକ ନମ୍ବରରେ ପରିଣତ କରିବା ପାଇଁ ବିଜେପି ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିଛି ବିଜେପି । ଅଧିକ ପଢନ୍ତ

ବିଶ୍ୱରେ ଏକ ନମ୍ବର ହେବ ଭାରତ, ବିଜେପି କରୁଛି ରୋଡ଼ ମ୍ୟାପ୍
ବିଶ୍ୱରେ ଏକ ନମ୍ବର ହେବ ଭାରତ, ବିଜେପି କରୁଛି ରୋଡ଼ ମ୍ୟାପ୍

By

Published : Jul 6, 2022, 11:03 AM IST

ଭୁବନେଶ୍ବର :ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ହୋଇଥିବା ଆଲୋଚନା ନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଗତ 1ରୁ 3 ତାରିଖରେ ତିନି ଦିନ ବ୍ୟାପି ହାଇଦ୍ରାବାଦରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ହୋଇଛି । ରାଷ୍ଟ୍ରବାଦ, ଗରିବ କଲ୍ୟାଣ ଏବଂ ରାଜନୈତିକ ପ୍ରସ୍ତାବ ପାସ କରାଯାଇଛି । ଗତ 8 ବର୍ଷ ଭିତରେ ଦେଶରେ ନିରାଶାରୁ ଆଶା, ଅସ୍ଥିରତାରୁ ସ୍ଥିରତା, ତୁଷ୍ଟିକରଣରୁ ତୃପ୍ତିକରଣ ରାଜନୀତି ଆସିଛି ।

ଭାରତକୁ ବିଶ୍ୱରେ ଏକ ନମ୍ବରରେ ପରିଣତ କରିବା ପାଇଁ ବିଜେପି ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିଛି । 2014 ପୂର୍ବରୁ 30 ବର୍ଷ ଧରି ଦୁର୍ନୀତି, ଭ୍ରଷ୍ଟାଚାର, ବଂଶବାଦ, ତୁଷ୍ଟିକରଣ ରାଜନୀତି ଚାଲିଥିଲା । 2014ରେ ଦେଶବାସୀ ଆସ୍ଥା ପ୍ରକଟ କଲେ। ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀ ବାଛିଲେ । ଏହାପରେ ପ୍ରଧାନ ସେବକ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି ।

ବିଶ୍ୱରେ ଏକ ନମ୍ବର ହେବ ଭାରତ, ବିଜେପି କରୁଛି ରୋଡ଼ ମ୍ୟାପ୍

ମୋଦିଙ୍କ ଯୋଗୁଁ9 କୋଟି ପରିବାରକୁ ଗ୍ୟାସ ସଂଯୋଗ ହୋଇଛି, ପ୍ରତି ଘରକୁ ପାଇପ ପାଣି ଯୋଗାଇବାକୁ ବ୍ୟବସ୍ଥା ହୋଇଛି । ଭାରତର ଟିକସଦାତାଙ୍କ ପଇସା ମୋଦି ସରକାର ଠିକରେ ଖର୍ଚ୍ଚ କରୁଛନ୍ତି । ଏ ପଇସା ନେଇ ଦୁର୍ନୀତି ଅଭିଯୋଗ ଆଣିପାରୁନାହାନ୍ତି ବିରୋଧୀ । ମୋଦିଙ୍କୁ ବିରୋଧ କରିବା ଲାଗି ଦେଶକୁ ବିରୋଧ କରିବା ଲାଗି ବିରୋଧୀ ପଛାଉନାହାନ୍ତି । ମୋର ବିରୋଧୀଙ୍କ ପ୍ରଶ୍ନ, ଅମୃତ ମହୋତ୍ସବ କଣ କେବଳ ବିଜେପି ପାଳନ କରିବ ? ଏ ଅମୃତ ମହୋତ୍ସବକୁ ସମସ୍ତେ ପାଳନ କରିବା ଉଚିତ । ସମାଜର ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ମୋଦି ସରକାର । ଓଡିଶାର ଝିଅ ଦ୍ରୌପଦୀ ମୂର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଏହା ଓଡିଶା ବାସୀଙ୍କ ପାଇଁ ନିହାତି ଏକ ଖୁସିର କଥା ।

ABOUT THE AUTHOR

...view details