ଓଡିଶା

odisha

ETV Bharat / city

ପରୀ ପାଇଁ ଦିଲ୍ଲୀରେ ସମ୍ବିତ ପାତ୍ରଙ୍କ ବିକ୍ଷୋଭ, ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି

ଦିଲ୍ଲୀରେ ପରୀ ହତ୍ୟାକାଣ୍ଡକୁ ନେଇ ସମ୍ବିତ ପାତ୍ରଙ୍କ ବିକ୍ଷୋଭ ଓ ପ୍ରତିବାଦ । ପରୀ ହତ୍ୟାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି । ଅଧିକ ପଢନ୍ତୁ...

Sambit Patra protests in Delhi
ଦିଲ୍ଲୀରେ ସମ୍ବିତ ପାତ୍ରଙ୍କ ବିକ୍ଷୋଭ

By

Published : Nov 30, 2020, 7:35 PM IST

ଭୁବନେଶ୍ବର: ପରୀ ହତ୍ୟା ଘଟଣାକୁ ନେଇ ଦିଲ୍ଲୀରେ ଗର୍ଜିଲେ ବିଜେପି ନେତା ତଥା ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର । ଏହି ଘଟଣାକୁ ରାଜ୍ୟ ସରକାର ଚପାଇବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ଓଡିଶା ସରକାରଙ୍କ ରେସିଡେଣ୍ଟ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଛନ୍ତି ।

ନୟାଗଡ ଜିଲ୍ଲା ଯଦୁପୁର ଗ୍ରାମର ୫ ବର୍ଷିୟ ଝିଅ ପରୀର ହତ୍ୟାକାଣ୍ଡକୁ ନେଇ ଦିଲ୍ଲୀରେ ପ୍ରତିବାଦ ବିକ୍ଷୋଭ କରାଯାଇଛି । ଓଡିଶା ସରକାର ଯେପରି ଭାବେ ସମଗ୍ର ମାମଲାକୁ ଦବାଇବାକୁ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଦିଲ୍ଲୀର ଓଡ଼ିଶା ଭବନ ସମ୍ମୁଖରେ ପ୍ରବାସୀ ଓଡିଶା ବାସିନ୍ଦାଙ୍କ ସହ ପ୍ରଦର୍ଶନ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ପରୀ ହତ୍ୟା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କ ରେସିଡେଣ୍ଟ କମିଶନର ରବିକାନ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତାଙ୍କୁ ଭେଟି ନୟାଗଡ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ।

ସେହିପରି ଦିଲ୍ଲୀରେ ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ପରୀର ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details