ଓଡିଶା

odisha

ETV Bharat / city

junior Hockey world cup: ହକି ମହାକୁମ୍ଭ ସ୍ବାଗତ କାର୍ଯ୍ୟକ୍ରମ - ଭୁବନେଶ୍ବରରେ ହକି ବିଶ୍ବକପ

ପୁରୁଷ ଜୁନିୟର ହକି ବିଶ୍ଵକପ୍ ୨୦୨୧ ନଭେମ୍ବର ୨୪ ତାରିଖ(ବୁଧବାର)ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେଉଛି । ଏହି ମେଗା ଇଭେଣ୍ଟ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

Sai international school welcomes FIH Odisha junior Hockey world cup Bhubaneswar 2021
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ହକି ମହାକୁମ୍ଭର ସ୍ବାଗତ କାର୍ଯ୍ୟକ୍ରମ

By

Published : Nov 23, 2021, 5:04 PM IST

ଭୁବନେଶ୍ବର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ (Sai international school) ହକି ମହାକୁମ୍ଭର ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୁରୁଷ ଜୁନିୟର ହକି ବିଶ୍ଵକପ୍ ୨୦୨୧ (junior Hockey world cup) ନଭେମ୍ବର ୨୪ ତାରିଖ (ବୁଧବାର)ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେଉଛି । ଏହି ମେଗା ଇଭେଣ୍ଟ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗୀତାରେ ଭାରତ ସମେତ ୧୬ଟି ଦେଶ ଭାଗନେଇଥିବା ବେଳେ ଭାରତୀୟ ଦଳରେ ଓଡ଼ିଶାର ୩ ଜଣ ସଦସ୍ୟ ଅଭିଶେକ ଲାକ୍ରା, ସୁଦିପ୍ ଚିରମାକୋ ଏବଂ ସୁନିଲ୍ ଜୋଜୋ ରହିଛନ୍ତି ।

ଓଡ଼ିଶାରେ ପୁରୁଷ ଜୁନିୟର ହକି ବିଶ୍ବ କପ୍ ଆୟୋଜନ ହେଉଥିବାରୁ ଏହା କେବଳ ରାଜ୍ୟ ନୁହେଁ ଦେଶ ପାଇଁ ଗୌରବର ବିଷୟ । ପୁରୁଷ ଜୁନିୟର ହକି ବିଶ୍ଵକପ୍-୨୦୨୧ରେ ଭାରତୀୟ ଦଳ ଚାମ୍ପିଆନ୍ ହେବାନେଇ ସମସ୍ତେ ଆଶାବାଦୀ । ଖେଳାଳିମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଆଜି ପୂର୍ବତନ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ୍‌ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ‘ ଜୟ ହୋ ’ ଗୀତର ତାଳେ ତାଳେ ଅତିଥିଙ୍କୁ ସ୍ବାଗତ କରିଥିଲେ । ଏହା ସହ ଭାରତୀୟ ଦଳ ଜୁନିୟର ହକି ବିଶ୍ବକପ୍ - ୨୦୨୧ ବିଶ୍ବବିଜେତା ହେବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ହକି ଷ୍ଟିକ୍ ସହ ୧୬ଟି ଦେଶର ପତାକାକୁ ନେଇ ଏକ ଚିୟର ଅପ୍‌ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

ଏହି ଅବସରରେ ଦିଲୀପ ତିର୍କୀ ଛାତ୍ରଛାତ୍ରୀମାନଙ୍କ ହକି ଖେଳ ପ୍ରତି ଥିବା ଭଲପାଇବାକୁ ଦେଖି ବେଶ୍ ଆନନ୍ଦିତ ହେବା ସହ ସ୍କୁଲର କ୍ରୀଡ଼ା ଭିଭିଭୂମି ବୁଲି ଦେଖିଥିଲେ । ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ହକି ଖେଳରେ ନିଜକୁ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଶିଳ୍ପୀ ସାହୁ କହିଥିଲେ ଯେ ସାରା ପୃଥିବୀରେ ହକି ପାଇଁ ଓଡ଼ିଶା ପରିଚିତ । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରମାନଙ୍କୁ ହକି ଖେଳ ଆକୃଷ୍ଟ କରିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details