ଓଡିଶା

odisha

ETV Bharat / city

ଓଡିଆ ପୁଅ ସବୀରଙ୍କ ଠୁ ସ୍କୁବା ଡାଇଭିଂ ଶିଖୁଛି ୟୁପି ପୋଲିସ

କଳିଙ୍ଗ ଡାଇଭର୍ସ ଫାଉଣ୍ଡେଶନ ଉତ୍ତର ପ୍ରଦେଶର ୩୦ଜଣ ପୋଲିସ କର୍ମଚାରୀଙ୍କୁ ସ୍କୁବା ଡାଇଭିଂ ପ୍ରଶିକ୍ଷଣ ଶେଷ ପର୍ୟ୍ୟାୟରେ । ସ୍କୁବା ଡାଇଭର ସବୀର ବକ୍ସଙ୍କ ତତ୍ବାବଧାନରେ ଗତମାସ 11 ତାରିଖ ଠାରୁ କଟକ ଗଡ଼ଗଡ଼ିଆ ଘାଟରେ ଆରମ୍ଭ ହୋଇଥିବା ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ପରିସମାପ୍ତି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 17, 2019, 4:59 PM IST

ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନା ଓ ଜୀବନ ରକ୍ଷା ନେଇ ଉତ୍ତର ପ୍ରଦେଶ ପୋଲିସର 30ଜଣିଆ ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମସ୍ତ ସଦସ୍ୟଙ୍କୁ ସ୍କୁବା ଡାଇଭିଂ ପ୍ରଶିକ୍ଷଣ ସହ ପାଣି ଭିତରୁ ଲୋକଙ୍କୁ ଉଦ୍ଧାର କରିବାର ପାଇଁ ସ୍ବତନ୍ତ୍ର କୌଶଳ ଶିଖାଉଛନ୍ତି ଭାରତର ଖ୍ୟାତିସମ୍ପନ୍ନ ସ୍କୁବା ଡାଇଭର ତଥା ଲିମ୍‌କା ବୁକ୍‌ ରେକର୍ଡଧାରୀ ସବୀର ବକ୍ସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କଳିଙ୍ଗ ଡାଇଭର୍ସ ଫାଉଣ୍ଡେଶନ ଓ ଉତ୍ତର ପ୍ରଦେଶର ଷ୍ଟେଟ ଡିଜାଷ୍ଟର ରେସପନ୍ସ ଫଣ୍ଡ(ଏସ୍‌ଡିଆର୍‌ଏଫ୍‌) ମଧ୍ୟରେ ଗତ ମାର୍ଚ୍ଚରେ ଏକ ଏମ୍‌ଓୟୁ ସ୍ବାକ୍ଷର କରାଯାଇଥିଲା । ଏମ୍‌ଓୟୁ ଅନୁଯାୟୀ କଳିଙ୍ଗ ଡାଇଭର୍ସ ଫାଉଣ୍ଡେଶନ ଉତ୍ତର ପ୍ରଦେଶର ୩୦ଜଣ ପୋଲିସ କର୍ମଚାରୀଙ୍କୁ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କରାଯାଇଥିଲା । ସ୍କୁବା ଡାଇଭର ସବୀର ବକ୍ସଙ୍କ ତତ୍ବାବଧାନରେ ଗତମାସ 11 ତାରିଖ ଠାରୁ କଟକ ଗଡ଼ଗଡ଼ିଆ ଘାଟରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର । ଉତ୍ତର ପ୍ରଦେଶରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନେ ସାମ୍ନା କରୁଥିବା ବିପତ୍ତିରୁ ରକ୍ଷା କରପାରିବା ନେଇ ପ୍ରଶିକ୍ଷଣ ନେଇଥିବା କହିଛନ୍ତି ଟିମର ସଦସ୍ୟ ଦେବେନ୍ଦ୍ର ବାହାଦୂର ।

ଓସଡ଼ମା କାର୍ଯ୍ୟାଳୟ ପରିସରରେ ଏହି ଅବସରରେ ସମାଵର୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠି, ଏନ୍‌ଡିଆରଏଫ୍‌ ଡିଆଇଜି କେକେ ସିଂ ଓ କମାଣ୍ଡାଣ୍ଟ୍‌ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣରେ ଭାଗ ନେଇଥିବା ପୋଲିସ୍‌ କର୍ମୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।

ଏହି ଅବସରରେ କଳିଙ୍ଗ ଡାଇଭର୍ସ ଫାଉଣ୍ଡେଶନର ସବୀର ବକ୍ସ ସଂସ୍ଥା ପକ୍ଷରୁ ଅନେକ ସମୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଉଥିବା କହିଛନ୍ତି । ଚଳିତ ଥର ଉତ୍ତର ପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ 30 ଜଣ ପ୍ରଶିକ୍ଷଣ ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି । ଏହି ଅବସରରେ ସେମାନେ 'ଫନି' ବାତ୍ୟା ସମୟରେ ମଧ୍ୟ ଲୋକମାନଙ୍କ ଉଦ୍ଧାର କାର୍ଯ୍ୟରେ ଅନେକ ସହଯୋଗ କରିଛନ୍ତି । ଯାହାକି ସେମାନଙ୍କୁ ଭବିଷ୍ୟତରେ ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମୟରେ ସହାୟତା କରିବ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ସାହୁ, ଇଟିଭି ଭାରତ

ABOUT THE AUTHOR

...view details