ଭୁବନେଶ୍ବର: ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସଫଳତା ହାସଲ କରିଛି ଓଡିଶା । ଆର୍ଥିକ ବର୍ଷ ୧୪-୧୫ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଗୃହ ନିର୍ମାଣ ଶେଷ ହୋଇଛି ବୋଲି କହିଛନ୍ତି ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ବର୍ଷ ୨୦୧୬-୧୭ରୁ ମୋଟ ୧୮ ହଜାର ୮୩୭ କୋଟି ପ୍ରାପ୍ତ ହୋଇଥିବା ବେଳେ ୧୭୩ ଶହ ୧୫ କୋଟି ଖର୍ଛ ହୋଇଛି ।
ଶୀଘ୍ର ଗୃହ ନିର୍ମାଣ ଶେଷ କରିବା ପାଇଁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ । ୪ ମାସରେ ଘର ନିର୍ମାଣ ଶେଷ କରିଥିବା ବ୍ୟକ୍ତି ମାନଙ୍କୁ ୨୦ ହଜାର, ୬ ମାସରେ ଗୃହ ନିର୍ମାଣ ଶେଷ କରିଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଦିଆଯିବ । ଅଦ୍ୟାବଧି ୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ଟଙ୍କା ୮୨୮ କୋଟି ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ କୋରୋନା ମହାମାରୀ ସମୟରେ ମଧ୍ୟ ମୋଟ ୧ ଲକ୍ଷ ୧୪ ହଜାର ୯୪୪ ପକ୍କା ଗୃହ ନିର୍ମାଣ କରାଯାଇଛି ।