ଓଡିଶା

odisha

ETV Bharat / city

ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ

ବୁଧିଆ ସିଂ ପରେ ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ବିରଳ ପ୍ରତିଭା ବୁଦ୍ଧାଦିତ୍ୟ ।

By

Published : Oct 15, 2019, 8:10 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ପୁଣି ଓଡିଶାରେ ଆଉ ଜଣେ ବୁଧିଆ ସିଂହ । ନାମ ବୁଦ୍ଧାଦିତ୍ୟ ସ୍ବାଇଁ । ବୟସ ମାତ୍ର 5 । ହାଇଦ୍ରାବାଦ ସହରରେ ନନଷ୍ଟପ 21 କିଲୋମିଟରରୁ ଅଧିକ ଦୌଡ଼ି ଚର୍ଚ୍ଚାକୁ ଆସିଥିବା ଓଡ଼ିଶାର ବିରଳ ପ୍ରତିଭା ବୁଦ୍ଧାଦିତ୍ୟ ।

ରାଜ୍ୟ ସରକାରଙ୍କର କ୍ରୀଡାମନ୍ତ୍ରୀଙ୍କ ଠାରୁ ବୁଦ୍ଧାଦିତ୍ୟକୁ ମିଳିଛି ଦୂରଦର୍ଶୀ ସମ୍ନାନ । ମାତ୍ର କ୍ରୀଡା ବିଭାଗ ସେତିକିରେ କର୍ତ୍ତବ୍ୟ ସାରି ଦେଇଛି । ଉପଯୁକ୍ତ ପ୍ରଶିକ୍ଷଣ ଓ ଆବଶ୍ୟକୀୟ ସରଞ୍ଜାମ ନାହିଁ । ଯେଉଁ ବୟସରେ ଖେଳିବା ବୁଲିବା କଥା, ସେତେବେଳେ ସେ ଅବିଶ୍ବସନୀୟ ଦୌଡ ଲଗାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ନିକଟରେ ଡ଼ିକେଥଲନ ପକ୍ଷରୁ ହୋଇଥିବା ମାରାଥନରେ ଭାଗ ନେଇ କଟକ- ଫୁଲନଖରାରୁ ପୁରୀ କେନାଲ ରୋଡ଼ ପର୍ଯ୍ୟନ୍ତ ଦୌଡିଛି । ସବୁ ଦୌଡ଼ ଇଭେଣ୍ଟରେ ନିଜ ପକେଟରୁ ଖର୍ଚ୍ଚ କରି ପୁଅକୁ ପ୍ରତିଯୋଗିତାରେ ସ୍ଥାନ ଦିଅନ୍ତି ବୁଦ୍ଧାଦିତ୍ୟଙ୍କ ବାପା । ସରକାରୀ ପ୍ରୋତ୍ସାହନ ମିଳିଲେ ବାଳକ ବୁଦ୍ଧାଦିତ୍ୟ ଓଡିଶା ପାଇଁ ଗୌରବ ଆଣିପାରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details