ଭୁବନେଶ୍ବର: ଭଦ୍ରକ ଜିଲ୍ଲା ମଦମୃତ୍ୟୁରେ ଶାସକ ଦଳର ସମ୍ପୃକ୍ତିକୁ ନେଇ ସିଇଓଙ୍କୁ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପିରହାଟ ଠାରେ ଶାସକ ବିଜୁ ଜନତା ଦଳ ଦ୍ୱାରା ବଣ୍ଟା ଯାଇଥିବା ବିଷାକ୍ତ ମଦ ପିଇ ୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ତଥା କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର।
'ଭଦ୍ରକ ମଦମୃତ୍ୟୁରେ ରହିଛି ଶାସକ ଦଳର ସମ୍ପୃକ୍ତି'
ଭଦ୍ରକ ଜିଲ୍ଲା ମଦମୃତ୍ୟୁରେ ଶାସକ ଦଳର ସମ୍ପୃକ୍ତିକୁ ନେଇ ସିଇଓଙ୍କୁ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପିରହାଟ ଠାରେ ଶାସକ ବିଜୁ ଜନତା ଦଳ ଦ୍ୱାରା ବଣ୍ଟା ଯାଇଥିବା ବିଷାକ୍ତ ମଦ ପିଇ ୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ତଥା କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର।
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ସ୍ଥାନୀୟ ପ୍ରଶାସନର ନିରବତା ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏ ମଦମୃତ୍ୟୁ ମାମଲାର ତଦନ୍ତ ହେବା ସହ ଯେଉଁମାନେ ଏ ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ଵିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରକାଶ ଦାବି କରିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ