ଭୁବନେଶ୍ବର: ବିଜେବି କଲେଜରେ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ରାଗିଂ ଫ୍ରି ନିୟମ କଡାକଡି କରାଯାଉଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ।
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, "ରୁଚିକା ଆତ୍ମହତ୍ୟା ଘଟଣାରେ ପୋଲିସ ତଦନ୍ତ କରୁଛି । ଘଟଣା ପଛର କାରଣ ଖୋଜୁଛି ପୋଲିସ । ଘଟଣା ବାବଦରେ ମୁଁ ମୁହଁ ଲୁଚେଇ ନାହିଁ । କୋଭିଡ ସଂକ୍ରମିତ ହୋଇଥିବାରୁ ମୁଁ ପ୍ରତିକ୍ରିୟା ରଖିପାରି ନଥିଲି । ଟ୍ୱିଟ କରି ଏ ବାବଦରେ କହିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ । ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ଫ୍ରି ନିୟମ କଡାକଡି ହେଉଛି । ଶିକ୍ଷକ ଓ ପିଲାଙ୍କ ଭିତରେ ସମ୍ପର୍କକୁ ସମନ୍ୱୟ ଦିଆଯିବ" ।