ଓଡିଶା

odisha

ETV Bharat / city

ଅସୁରକ୍ଷିତ ସ୍କୁଲ ଛାତ୍ରଛାତ୍ରୀ, ବସ-ଅଟୋ ଚାଳକଙ୍କୁ ନୋଟିସ ଜାରି - auto driver

ଭୁବନେଶ୍ବରର ବିଭିନ୍ନ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଯାତାୟତରେ ବ୍ୟବହୃତ ୪୫ଟି ଅଟୋ ଓ ବସଚାଳକଙ୍କୁ ଆରଟିଓ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 5, 2019, 10:03 PM IST

ଭୁବନେଶ୍ବର: ରାଜଧାନୀରେ ସୁରକ୍ଷିତ ନୁହନ୍ତି ଛାତ୍ରଛାତ୍ରୀ । ବିଭିନ୍ନ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ସ୍କୁଲଯିବା ପାଇଁ ଅଟୋ ବା ବସ ଉପରେ ନିର୍ଭର କରନ୍ତି। କିନ୍ତୁ ଟଙ୍କା ଲୋଭରେ କିଛି ବସ୍‌ ଏବଂ ଅଟୋ ଚାଳକ ଅସୁରକ୍ଷିତ ଦୁର୍ଘଟଣାକୁ ଡାକି ଅଣୁଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ ଆଧାରରେ ଅଟୋ ଚଳକଙ୍କୁ ନୋଟିସ ଜାରି କରାଯାଇଥିବା ଜଣା ପଡିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ମୁତାବକ, ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଖବର ସାମ୍ନାକୁ ଆସିବା ପରେ ଆରଟିଓ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବହୃତ ୪୫ ଟି ଅଟୋ ଓ ବସକୁ ନୋଟିସ ଜାରି କରାଯାଇଥିଲା। ସେମାନଙ୍କୁ ଜୁଲାଇ 31 ସୁଦ୍ଧା ଆରଟିଓରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ କୌଣସି ଗାଡି ଚାଳକ ଏପର୍ଯ୍ୟନ୍ତ ଆସିନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଉକ୍ତ ଅଟୋ ଚାଳକଙ୍କୁ ସୋମବାର ଆରଟିଓ ପକ୍ଷରୁ ପୁଣିଥରେ ନୋଟିସ ପଠାଯାଇଛି । ଚଳିତ ଥର ସେମାନେ ଆରଟିଓରେ ହାଜର ନହେଲେ କୋର୍ଟ ପକ୍ଷରୁ ନୋଟିସ ଦିଆଯିବ ଏବଂ ମୋଟା ଅଙ୍କର ଜୋରିମାନା ଆଦାୟ ହେବ ବୋଲି ଏହି ନୋଟିସରେ ଦର୍ଶାଯାଇଛି। ଏହା ସହିତ ସେମାନଙ୍କ ଗାଡି ଜବତ କରିବା ସହ ଲାଇସେନ୍ସ ରଦ୍ଦ କରାଯିବ ବୋଲି କୁହାଯାଇଛି। ସେପଟେ ଘଟଣା ସମ୍ବନ୍ଧରେ ଟ୍ରାନ୍ସପୋର୍ଟ କମିଶନରଙ୍କୁ ମଧ୍ୟ ଏକ ଚିଠି ଲେଖାଯାଇଥିବା ଜଣା ପଡିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details