ଓଡିଶା

odisha

ETV Bharat / city

ସାବଧାନ ! ରାସ୍ତାରେ ଜୋରରେ ହର୍ଣ୍ଣ ମାରିଲେ ଗୋଡାଇ ଧରିବ ଆରଟିଓ

ରାସ୍ତାରେ ଅତିକ୍ରମବେଳେ ବାଜୁଛି ବିକଟାଳ ହର୍ଣ୍ଣ । ହୁସିଆର ଏମିତି ହର୍ଣ୍ଣ ବଜାଉଥିବା ଗାଡି ଉପରେ ଆରଟିଓ ରଖିଛି ନଜର । ଯାହାକୁ ନେଇ ଆଜି ରାଜଧାନୀରେ ହୋଇଛି ବଡଧରଣର ଚଢାଉ । ରାଜଧାନୀର ବାଣୀବିହାର ଓଭରବ୍ରିଜ ନିକଟରେ ଜୋରଦାର ଚେକିଂ କରିଛି ଆରଟିଓ ବିଭାଗ ।

By

Published : Jul 6, 2019, 9:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ଏଣିକି ରାଜଧାନୀରେ ଜୋରରେ ହର୍ଣ୍ଣ ବଜାଇବା ମନା । ଜୋରରେ ହର୍ଣ୍ଣ ମାରୁଥିବା ଗାଡି ଉପରେ କଡା ନଜର ରଖିଛି ଆରଟିଓ । ଏନେଇ ଆଜି ଆରଟିଓ ପକ୍ଷରୁ ରାଜଧାନୀରେ ବଡ ଧରଣର ଚଢାଉ କରାଯାଇଛି । ବିଭିନ୍ନ ଛକ, ରାସ୍ତା ଗଳିକନ୍ଦିରେ ଆରଟିଓ ପକ୍ଷରୁ ଚଢାଉ କରାଯାଉଛି । ବିଶେଷ କରି ଜନଗହଳିପୂର୍ଣ୍ଣ ବାଣୀବିହାର ଓଭର ବ୍ରିଜ ନିକଟରେ ଜୋରଦାର ଚେକିଂ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆରଟିଓ ପକ୍ଷରୁ 25ରୁ ଊର୍ଦ୍ଧ୍ବ ଗାଡି ଗୁଡିକୁ ଯାଞ୍ଚ କରାଯାଇଛି । ଯେଉଁ ଗାଡିର ହର୍ଣ୍ଣ 90 ଡେସିମିଲରୁ ଅଧିକ ସାଉଣ୍ଡ କରୁଛି ସେହି ହର୍ଣ୍ଣ ଗୁଡିକକୁ ମଧ୍ୟ ଜବତ କରାଯାଇଥିଲା । ଦୈନନ୍ଦିନ ରାଜଧାନୀର ପ୍ରମୁଖ ରାସ୍ତା ଦେଇ ଯାତାୟତ କରୁଥିବା ଗାଡି ଗୁଡିକ ବିକଟାଳ ହର୍ଣ୍ଣ ମାରନ୍ତି । ଯେଉଁଥି ପାଇଁ ଧ୍ବନି ପ୍ରଦୂଷଣ ହେବା ସହ ସାଧାରଣ ଲୋକେ ନାନା ହଇରାଣ ହୋଇଥାନ୍ତି । ଏନେଇ କେତେକ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଏହା ଉପରେ ରୋକ୍ ଲଗାଇବା ପାଇଁ ଅଣ୍ଟା ଭିଡିଛି ଆରଟିଓ । ରାଜଧାନୀର ପ୍ରମୁଖ ରାସ୍ତା, ଛକ ମାନଙ୍କରେ ଏଭଳି ଚଢାଉ କରାଯାଇଛି । ଆଗକୁ ଆହୁରି ଏପରି ଚଢାଉ କରାଯିବ ବୋଲି ଆରଟିଓ ଅଧିକାରୀ କହିଛନ୍ତି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details