ଓଡିଶା

odisha

ETV Bharat / city

2172 କୋଟିର 4 ପ୍ରକଳ୍ପକୁ ମଞ୍ଜୁରୀ, ମିଳିବ ୧୧୨୨ ନିଯୁକ୍ତି - ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ୪ ଟି ନୂତନ ପୁଞ୍ଜିନିବେଶ

ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ୪ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି ।

Rs 2,172 crore project
2,172 କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

By

Published : Jul 24, 2020, 9:22 PM IST

Updated : Jul 24, 2020, 9:33 PM IST

ଭୁବନେଶ୍ବର: କୋରୋନା ପ୍ରଭାବିତ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ସ୍ବତ୍ତ୍ବେ ଓଡ଼ିଶା ସରକାର ରାଜ୍ୟ ପାଇଁ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିପାରିଛନ୍ତି । ଆଜି (ଶୁକ୍ରବାର) ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ରାଜ୍ୟର ଧାତବ ଶିଳ୍ପ କ୍ଷେତ୍ରରେ ୪ ପ୍ରକଳ୍ପରେ ନୂତନ ପୁଞ୍ଜିନିବେଶକୁ ନିତୀଗତ ଅନୁମୋଦନ ଦିଆଯାଇଛି ।

2,172 କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

ଓସ୍ବାସ୍ ପ୍ଲାଟଫର୍ମ ମାଧ୍ୟମରେ ଡ଼ିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ପ୍ରକଳ୍ପ ଗୁଡିକୁ ଅନୁମୋଦନ ଦେଇ ସେଗୁଡିକର ଆଶୁ କ୍ଷେତ୍ରାନ୍ବୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବରୋପ କରିଥିଲେ ।

ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଶିଳ୍ପ ଏବଂ କମ୍ପାନୀମାନଙ୍କ ଦ୍ବାରା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ସମସ୍ତ ନିୟମର ଅନୁପାଳନ ନିଶ୍ଚିତ କରାଇବାକୁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଶୁକ୍ରବାର ଅନୁମୋଦିତ ୪ ଟି ପ୍ରକଳ୍ପ ମାଧ୍ୟମରେ ସମୁଦାୟ ୨୧୭୨.୯୨ କୋଟି ଟଙ୍କା ବିନିଯୋଗ ହେବା ଏହାସହ ୧,୧୨୨ ବ୍ୟକ୍ତିଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 24, 2020, 9:33 PM IST

ABOUT THE AUTHOR

...view details