ଓଡିଶା

odisha

ETV Bharat / city

ଯାତ୍ରୀଙ୍କ ଜୀବନ ବଞ୍ଚାଇ ହିରୋ ସାଜିଲେ କନଷ୍ଟେବଳ - train

ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରେଳ ଯାତ୍ରୀ । ଜୀବନ ରକ୍ଷା କଲେ ଆରପିଏଫ ପୋଲିସ କନେଷ୍ଟବଳ ରାଜଧାନୀର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏହି ଘଚଣା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

By

Published : Jun 24, 2019, 3:57 AM IST

ଖୋର୍ଦ୍ଧା: କଥାରେ ଅଛି ରଖେ ହରି ମାରେ କିଏ । ଏହି ଉକ୍ତିଟି ସତ୍ୟ ପ୍ରମାଣିତ ହୋଇଛି ରାଜଧାନୀ ଭୁବନେଶ୍ବରର ରେଳ ଷ୍ଟେସନରେ । ଜଣେ ଯାତ୍ରୀଙ୍କର ଟ୍ରେନରୁ ପାଦ ଖସିଯିବା ବେଳେ ଜଣେ ଆରପିଏଫ କନେଷ୍ଟବଳ ତାଙ୍କ ଜୀବନ ବଞ୍ଚାଇ ପାଲଟିଛନ୍ତି ହିରୋ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

ଆଉ ଏବେ ଏହି ଘଟଣା ରାଜଧାନୀରେ ଆଲୋଚନାର ବିଷୟ ପାଲଟିଛି । ସମୟ ଅପରାହ୍ନ ପ୍ରାୟ ୫ଟା ୪୮ । ଭୁବନେଶ୍ବର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ । ନାଜିର ମଲ୍ଲିକ ଜଣେ ୨୪ ବର୍ଷୀୟ ଯୁବକ ୬୮୪୦୮ ମେମ ପାସେଞ୍ଜର ଚଳନ୍ତା ଅବସ୍ଥାରେ ଟ୍ରେନରୁ ଓହ୍ଲାଉଥିଲେ । ହେଲେ ତାଙ୍କର ପାଦ ଖସିଯାଇଥିଲା । ଆଉ ଠିକ ସେହି ସମୟରେ ପ୍ଲାଟଫର୍ମରେ ଚାଲି ଚାଲି ଯାଉଥିବା ଆରପିଏଫ କନେଷ୍ଟବଳ ଏନ.ବି ରାଓ ଦେବଦୂତ ସାଜି ତାଙ୍କ ଜୀବନ ରକ୍ଷା କରିଥିଲେ ।

ଆଉ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ନାଜିର। ଯାହାକୁ ନେଇ ଉପସ୍ଥିତ ଥିବା ଯାତ୍ରୀ ତାଳି ମାରି କନଷ୍ଟେବଳଙ୍କ ଏପରି କାରନାମା ନେଇ ପ୍ରଶଂସା କରିଥିଲେ । ଏନ ବି ରାଓ ଏସିପି ପ୍ରିଭେନସନ ଟିମର କନଷ୍ଟେବଳ ନମ୍ବର ୨୭୩ ଓ ଯାତ୍ରୀ ଜଣକ ପଶ୍ଚିମବଙ୍ଗର ତାମଲୁକ ମାଥୁରି ଅଞ୍ଚଳର ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details