ଓଡିଶା

odisha

ETV Bharat / city

ପ୍ରକାଶ ପାଇଲା ଆରପିଏଫର ବାର୍ଷିକ ଅପରାଧିକ ରେକର୍ଡ, ସୂଚନା ଦେଲେ ଆଇଜି - ରେଳ ସୁରକ୍ଷା ବଳ

ରେଳ ସୁରକ୍ଷା ବଳ (ଆରପିଏଫ)ର ପ୍ରକାଶ ପାଇଛି ବାର୍ଷିକ ଅପରାଧିକ ରେକର୍ଡ। 2018 ମସିହା ଅପେକ୍ଷା 2019 ମସିହାରେ ବହୁ ମାମଲା ରୁଜୁ ହୋଇଛି ଓ ଗିରଫ ମଧ୍ୟ ହୋଇଛନ୍ତି। ଯାତ୍ରୀ ମାନଙ୍କୁ ସୁରକ୍ଷା ଦିଗରେ ଆଗାମୀ ଦିନରେ ଆରପିଏଫ ଚେଷ୍ଟା ଜାରି ରଖିବ ବୋଲି ସୂଚନା ଦେଇଛନ୍ତି ଆଇଜି ରାଜା ରାମ ।

brown-sugar-seize-in-puri
brown-sugar-seize-in-puri

By

Published : Jan 14, 2020, 11:24 PM IST

ଭୁବନେଶ୍ବର: ଆସିଲା ରେଳ ସୁରକ୍ଷା ବଳ (ଆରପିଏଫ)ର ବାର୍ଷିକ ଅପରାଧ ରେକର୍ଡ। 2019ରେ ବିଭିନ୍ନ ମାମଲାରେ 369 ଅପରାଧୀ ଗିରଫ। 2019 ମସିହାରେ 35ଟି କୋଇଲା ଚୋରି ମାମଲାରେ 71 ଗିରଫ ହୋଇଥିବା ବେଳେ 2018 ମସିହାରେ 18ଟି କୋଇଲା ଚୋରି ମାମଲାରୁ 60 ଜଣ ଗିରଫ ହୋଇଥିଲେ। ସାଧାରଣ ଭାବରେ ଧାମରା ଭଦ୍ରକ, ଯାଜପୁର, ତାଳଚେର ଓ ପାରାଦୀପରୁ ଅନେକ ଚୋରି କରାଯାଇଛି। ବର୍ଷକ ଭିତରେ 482 ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ପ୍ରକାଶ ପାଇଲା ରେଳ ସୁରକ୍ଷା ବଳର ବାର୍ଷିକ ଅପରାଧିକ ରେକର୍ଡ

ସେହିପରି 411 ଟି ଶିଶୁ ଘରୁ ଲୁଚିକି ଆସିଛନ୍ତି, 20 ଟି ଶିଶୁ ଚୋରା ଚାଲାଣ ଓ 16ଟି ନିଖୋଜ ମାମଲା ରହିଛି। 30 ଲକ୍ଷ 72 ହଜାର ଟଙ୍କାର ଚୋରି ସମ୍ପତି ନେଇ ମାମଲା ରୁଜୁ। 14 ଲକ୍ଷ ଟଙ୍କାର ସମ୍ପତି ଉଦ୍ଧାର କରାଯାଇଛି। 2018 ମସିହାରେ ଗଞ୍ଜେଇ ଚୋରା ମାମଲାରେ 33 ଟି କେସ ହୋଇଥିବା ବେଳେ 40 ଜଣ ଗିରଫ ହୋଇଛନ୍ତି। 2019 ମସିହାରେ 52ଟି ମାମଲା ରହିଥିବା ବେଳେ 63 ଜଣ ଗିରଫ ହେବା ସହ 53 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି।

2019 ମସିହାରେ ଆରପିଏଫର ଟୋଲ ଫ୍ରି ନମ୍ବର 182 ରେ 483 ଟି କଲ ରିସିଭ କରାଯାଇଛି। 2018 ମସିହା ଅପେକ୍ଷା ଚଳିତ ବର୍ଷରେ ଅନେକ ସଚେତନ ହୋଇଛନ୍ତି ଯାତ୍ରୀମାନେ। ଟିକେଟ ଚେକିଂ ସମୟରେ 2018ରେ 64,106 ଜଣ ଗିରଫ ହୋଇଛନ୍ତି । ସେହିପରି 2 କୋଟି 32 ଲକ୍ଷ ଟଙ୍କା ହୋଇଥିବା ବେଳେ 2019 ମସିହାରେ 1,12,134 ଜଣ ଗିରଫ ହୋଇଥିବା ବେଲେ 4 କୋଟି 65 ଲକ୍ଷ ଟଙ୍କା ଜବତ କରିଥିଲା ଆରପିଏଫ। ରେଳରେ ମହିଳାଙ୍କ ସୁରକ୍ଷା ଓ ସୁବିଧାରେ ଯାତ୍ରାକୁ ନେଇ ଅସୁବିଧା କରୁଥିବା ଯାତ୍ରୀ 2018ରେ 11 ହଜାର 807 ମାମଲା ରୁଜୁ ହୋଇଥିବା ବେଳେ 11 ହଜାର 807 ଜଣ ଗିରଫ ହୋଇଛନ୍ତି ଓ 68 ଲକ୍ଷ 64 ହଜାର ଟଙ୍କା ଫାଇନ ଦେଇଛନ୍ତି।

ସେହିଭଳି ଭାବରେ 2019ରେ 7 ହଜାର 638 ଟି ମାମଲା ରୁଜୁ ହୋଇଥିବା ବେଳେ 7 ହଜାର 638 ଜଣ ଗିରଫ ହୋଇଛନ୍ତି ଯାହା 6 ଲକ୍ଷ 40 ହଜାର ଟଙ୍କା ଫାଇନ ଦେଇଛନ୍ତି। ଟ୍ରେନ ଟ୍ରାକରେ ଗତ ବର୍ଷ ଅପେକ୍ଷା 2019 ରେ 2 ଶତକଡା ମୃତ୍ୟୁ ବରଣ କରିଛନ୍ତି। ଯାହା 2018 ରେ 1012 ମୃତ୍ୟୁ ହୋଇଥିବା ବେଳେ 2019 ରେ 989 ମୃତ୍ୟୁ ହୋଇଛି। ଏହାକୁ ନେଇ ଆରପିଏଫ ପକ୍ଷରୁ 4 ଟି ସନ୍ଧାନୀ କୁକୁର ମଧ୍ୟ ରଖାଯାଇଛି। ଯାହା ଯାଞ୍ଚରେ ସହଯୋଗ କରିବେ। ଏଥିସହ ଯାତ୍ରୀଙ୍କ ଉପରେ କଡା ନଜର ରଖିବା ପାଇଁ ସ୍କାନର ସହ ସିସିଟିଭି ଓ ସିଭିଲରେ ରହିବେ ଆରପିଏଫ ଟିମ।

ଅନ୍ୟପଟେ ସାବାଡ଼ ହେବେ ଇ-ଠକେଇ ଠକ। ଭୁବନେଶ୍ବରରେ ଆରପିଏଫ ଗଠନ କରିବ ସାଇବର ସେଲ । ଯେଉଁଭଳି ଭାବରେ ଇ ଟିକେଟର ଠକେଇ କରାଯାଉଛି ତାକୁ ରୋକିବାକୁ ଖୁବଶୀଘ୍ର ଗଠନ କରାଯିବ ସାଇବର ସେଲ। ରାଜ୍ୟରେ ସାଧାରଣତଃ କିଛି ଷ୍ଟେସନରେ ସିସିଟିଭି ଲାଗିବା ସହ ସ୍କାନର ଲାଗିଛି। ଯାହା ଚୋରା ଚାଲାଣ ଉପରେ ରୋକାଯାଇପାରିବ। କଟକ, ପୁରୀ, ଭୁବନେଶ୍ବର ଓ ବିଶାଖାପାଟଣା ଷ୍ଟେନରେ ସ୍କାନର ଲାଗିଛି। ଭୁବନେଶ୍ବର ଷ୍ଟେସନକୁ କଡ଼ାକଡ଼ି କରିବା ପାଇଁ ଅଧିକ ଆରପିଏଫ ମୁତୟନ କରାଯିବ। ସିସିଟିଭି ଅଧିକ ଲଗାଯିବ। ଏଥିସହ ଯାତ୍ରୀଙ୍କ ଉପରେ କଡା ନଜର ରଖାଯିବ ବୋଲି ଆଇଜି ରାଜା ରାମ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details