ଓଡିଶା

odisha

ETV Bharat / city

ଦଳର ସ୍ଥିତିକୁ ଆଗକୁ ନେବାରେ ମହିଳା ମୋର୍ଚ୍ଚାର ଭୂମିକା ଅତୁଳନୀୟ: ଧର୍ମେନ୍ଦ୍ର - ବିଜେପି ମହିଳା କାର୍ଯ୍ୟକାରିଣୀ ବୈଠକ

ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ଆଜି (ରବିବାର) ଅନୁଷ୍ଠିତ ହୋଇଛି । ଦଳର ସ୍ଥିତିକୁ ଆଗକୁ ନେବାରେ ମହିଳା ମୋର୍ଚ୍ଚାର ଭୂମିକା ଅତୁଳନୀୟ ବୋଲି ବୈଠକରେ ଯୋଗ ଦେଇ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଦଳର ସ୍ଥିତିକୁ ଆଗକୁ ନେବାରେ ମହିଳା ମୋର୍ଚ୍ଚାର ଭୂମିକା ଅତୁଳନୀୟ: ଧର୍ମେନ୍ଦ୍ର
ଦଳର ସ୍ଥିତିକୁ ଆଗକୁ ନେବାରେ ମହିଳା ମୋର୍ଚ୍ଚାର ଭୂମିକା ଅତୁଳନୀୟ: ଧର୍ମେନ୍ଦ୍ର

By

Published : Jul 18, 2021, 7:21 PM IST

ଭୁବନେଶ୍ବର: ଆଜି(ରବିବାର) ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ବୈଠକରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଦଳର ସ୍ଥିତିକୁ ଆଗକୁ ନେବାରେ ମହିଳା ମୋର୍ଚ୍ଚାର ଭୂମିକା ଅତୁଳନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦଳର ସ୍ଥିତିକୁ ଆଗକୁ ନେବାରେ ମହିଳା ମୋର୍ଚ୍ଚାର ଭୂମିକା ଅତୁଳନୀୟ: ଧର୍ମେନ୍ଦ୍ର

କେନ୍ଦ୍ର ସରକାର ମହିଳାଙ୍କ ପାଇଁ 13000 ଟଙ୍କା ଲେଖାଁଏ ଘୋଷଣା କରିଛନ୍ତି । ମାତ୍ର ରାଜ୍ୟରେ ସମସ୍ତଙ୍କ ନିକଟରେ ଏହା ପହଞ୍ଚିପାରିନି । ଏହାକୁ ବିରୋଧ କରି ଆଗାମୀ ଦିନରେ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସ୍ମୃତି ପଟନାୟକ କହିଛନ୍ତି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସୋସିଆଲ ମିଡିଆରେ ଦିଆଯାଉଥିବା ମନ୍ତବ୍ୟକୁ ବୈଠକରେ ଦୃଢ଼ ନିନ୍ଦା କରାଯାଇଛି । ଏହାସହିତ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳ 50 ପ୍ରତିଶତ କ୍ୟାଣ୍ଡିଡେଟ ଦେବ ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଭାପତି । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ବିଜେପିକୁ ଆଗକୁ ନେବା ପାଇଁ ମୋର୍ଚ୍ଚା ବ୍ୟାପକ ଯୋଜନା ପ୍ରସ୍ତୁତ କରୁ ବୋଲି ପରାମର୍ଶ ଦେଇଛନ୍ତି ।

ସମାଜରେ ଯେପର୍ଯ୍ୟନ୍ତ ମହିଳା ମାନଙ୍କୁ ନେତୃତ୍ବ ନେବାର ଅଧିକାର ଦିଆଯିବ ନାହିଁ, ସେ ପର୍ଯ୍ୟନ୍ତ ମହିଳାଙ୍କ ସଶକ୍ତିକରଣ ଏବଂ ସମାଜର ଅଗ୍ରଗତି ହେବ ନାହିଁ । ସେପଟେ ଦଳର ସ୍ଥିତିକୁ ଆଗକୁ ନେବା ଏବଂ ସଂଗଠନକୁ ମଜବୁତ କରିବାରେ ମହିଳା ମୋର୍ଚ୍ଚାର ଭୂମିକା, ସଂଘର୍ଷ, ପରିଶ୍ରମର ଯୋଗଦାନ ଅତୁଳନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ମହିଳା ଭୋଟରଙ୍କ ବଡ଼ ଯୋଗଦାନ ରହିଛି । ଏଣୁ ଆଗାମୀ ଦିନରେ ମହିଳାଙ୍କ ନେତୃତ୍ବରେ ହିଁ ରାଜନୈତିକ ପରିବର୍ତ୍ତନ ଘଟିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏଥିଲାଗି ମୋଟ ୪୦ ହଜାର ବୁଥରେ ମହିଳାଙ୍କୁ ଏକାଠି କରି ଆଗାମୀ ଦିନ ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଉ ବୋଲି ସେ କହିଛନ୍ତି । ଟେକ୍ନୋଲୋଜିକୁ ଉପଯୋଗ କରି ବୁଥ ସ୍ତରରେ ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଭିଡ଼ିଓ ମାଧ୍ୟମରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ସୁବ୍ୟବସ୍ଥା ପହଁଚାଇବା ସହ ରାଜ୍ୟରେ ଚାଲିଥିବା ଅବ୍ୟବସ୍ଥାର ପ୍ରତିବାଦ ସ୍ବରୂପ ଉଭୟଙ୍କୁ ସାମାଜିକ ଗଣମାଧ୍ୟମରେ ତର୍କ ବିତର୍କ କରିବା ଜରୁରୀ । ଯେପର୍ଯ୍ୟନ୍ତ ସମସ୍ତ ବୁଥରେ ମହିଳାଙ୍କୁ ଏକାଠି କରାଯାଇ ଟେକ୍ନୋଲୋଜି ମାଧ୍ୟମରେ ମୋଦି ସରକାରଙ୍କ ସୁବ୍ୟବସ୍ଥା ଏବଂ ରାଜ୍ୟରେ ସରକାରଙ୍କ ଅବ୍ୟବସ୍ଥାକୁ ଉପସ୍ଥାପନ କରାଯିବ ନାହିଁ ସେ ପର୍ଯ୍ୟନ୍ତ ଓଡ଼ିଶାର ଅଗ୍ରଗତି ଅସମ୍ଭବ ।

ମହିଳାଙ୍କୁ ସବୁପ୍ରକାର ସମାନ ସୁଯୋଗ ଦେବା ଓ ସେମାନଙ୍କୁ ସ୍ବାବଲମ୍ବୀ ସହ ସଶକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ମୂଳ ସ୍ତମ୍ଭ ହୋଇଛି । ୨୦୧୪ରୁ ମୋଦି ସରକାର କ୍ଷମତା ଗ୍ରହଣ କରିବାର ପ୍ରାରମ୍ଭରୁ ହିଁ ଦେଶର ମାଆ ଓ ଭଉଣୀଙ୍କ ଜୀବନରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣାରେ ଗ୍ୟାସ ସେମାନଙ୍କ ପରିବାରର ଜୀବନଶୈଳୀକୁ ଉନ୍ନତ କରିଛି । ଅପରପକ୍ଷରେ ସ୍ବଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଊର୍ଦ୍ଧ୍ବ ଶୌଚାଳୟ ନିର୍ମାଣ ମହିଳାଙ୍କ ସମ୍ମାନ ରକ୍ଷା କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details