ଭୁବନେଶ୍ବର: ଆରମ୍ଭ ହେଲା ରେଳ କୌଶଳ ବିକାଶ ଯୋଜନା RKVY । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମିଶନ ଅଧୀନରେ ସାରା ଦେଶରେ 75ଟି ସ୍ଥାନରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।
ଏହି ଯୋଜନାକୁ ଭର୍ଚୁଆଲ ମୋଡ଼ରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । RKVY ଅଧୀନରେ ବିଭିନ୍ନ ଜୋନାଲ ରେଲୱେ ଓ ପ୍ରଡକ୍ସନ ୟୁନିଟରେ ଆଗାମୀ 3 ବର୍ଷରେ ଦଶମ ପାସ କରିଥିବା 50 ହଜାର ଆଗ୍ରହୀ ଯୁବପିଢ଼ିଙ୍କୁ ଇଲେକ୍ଟ୍ରିସିଆନ, ୱେଲ୍ଡର, ମେକାନିଷ୍ଟ ଓ ଫିଲ୍ଟର ଭଳି 4ଟି ଟ୍ରେଡ଼ରେ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ । କୋର୍ସର ଅବଧି 3 ସପ୍ତାହ ରହିଛି ।
ଆରମ୍ଭ ହେଲା ରେଳ କୌଶଳ ବିକାଶ ଯୋଜନା RKVY - ରେଳ ବିଭାଗ
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମିଶନ ଅଧୀନରେ ସାରା ଦେଶରେ 75ଟି ସ୍ଥାନରେ ଆରମ୍ଭ ହେଲା ରେଳ କୌଶଳ ବିକାଶ ଯୋଜନା RKVY । ଅଧିକ ପଢନ୍ତୁ...
ପୂର୍ବତଟ ରେଳପଥ 4ଟି ସ୍ଥାନରେ ଇଲେକ୍ଟ୍ରିସିଆନ, ଫିଲ୍ଟର ଓ ୱେଲ୍ଡିଂ ଭଳି 3ଟି ଟ୍ରେଡରେ ପ୍ରଶିକ୍ଷଣ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛି । ଆମ ରାଜ୍ୟରେ ଭୁବନେଶ୍ୱର ମଞ୍ଚେଶ୍ୱର ଗ୍ୟାରେଜ ଆଣ୍ଡ ରିପେୟାର ୱାର୍କସପ ଏବଂ ଅନୁଗୋଳ ଇଲେକ୍ଟ୍ରିକାଲ ଲୋକୋ ଶେଡରେ ଏହି ଦକ୍ଷତା ପ୍ରଶିକ୍ଷଣ ଆରମ୍ଭ ହୋଇଛି । ରାଜ୍ୟରେ 1300 ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇପାରିବେ ବୋଲି କହିଛନ୍ତି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ । ରେଳମନ୍ତ୍ରୀ କହିଛନ୍ତି, ଆଜି ବିଶ୍ୱକର୍ମା ପୂଜା ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ମଧ୍ୟ । ତେଣୁ ଏହା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଭେଟି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ