ଓଡିଶା

odisha

ETV Bharat / city

ମହଙ୍ଗା ମାଡ଼, ପିଆଜ ଲୁଟୁଛି ପକେଟ - Rising potato and onion price

ମନପସନ୍ଦର ପରିବା ଦାମ ଶୁଣିଲେ ଆଖି ନାଲି ହୋଇଯାଉଛି । ସୁନା ଭଳି ବଢିଚାଲିଛି ଆଳୁ, ପିଆଜ ଦର । ଚାହିଦା ତୁଳନାରେ ଯୋଗାଣ କମ ହୋଇଥିବାରୁ ଦାମ ବଢୁଛି । ଫଳରେ ଖାଉଟିଙ୍କ ଚିନ୍ତା ବଢିଯାଇଛି ।

ପ୍ରତିକାତ୍ମକ ଫଟୋ

By

Published : Aug 28, 2019, 5:38 PM IST

ଭୁବନେଶ୍ବର: ଖାଇବା ଥାଳିକୁ ମହଙ୍ଗା ମାଡ଼ । ତରକାରୀକୁ ସ୍ବାଦିଷ୍ଟ କରୁଥିବା ପିଆଜ ଦର ଆକାଶଛୁଆଁ । ଏନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମହାରାଷ୍ଟ୍ର ବନ୍ୟା ଓ ପଶ୍ଚିମବଙ୍ଗର ଟ୍ରକ ଧର୍ମଘଟ ଯୋଗୁଁ ଏଭଳି ଦର ବୃଦ୍ଧି ହେଉଛି । ଫଳରେ ବୁଧବାର ଭୁବନଶ୍ବର 1ନମ୍ବର ହାଟରେ ପିଆଜ କିଲୋ 37 ଟଙ୍କାରେ ପହଞ୍ଚିଛି । ସେହିପରି ଆଳୁ ଦର 15 ଟଙ୍କାରୁ ବଢି ଏବେ 19 ଟଙ୍କା ରହିଛି । ଯଦି ଏହି 2 ପଡୋଶୀ ରାଜ୍ୟର ସମସ୍ୟା ସମାଧାନ ନ ହୁଏ ତେବେ ଆଗକୁ ପରିବା ଦର ଆହୁରୀ ବଢିବା ନେଇ ସମ୍ଭାବନା ରହିଛି । ତେବେ 1ନମ୍ବର ହାଟର ଯଦି ଏପରି ସାଧାରଣ ଖୁଚୁରା ବଜାର କଥା ଆପଣ ଚିନ୍ତା କରିପାରୁଥିବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details