ଓଡିଶା

odisha

ETV Bharat / city

ବଢୁଛି ଆର୍‌ଟିଓ ପାର୍କିଂ ସମସ୍ୟା, ରାସ୍ତା ପାଲଟିଛି ମରଣଯନ୍ତା

ରାଜଧାନୀ ରାଜରାସ୍ତାରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି ପାର୍କିଂ ଅବସ୍ଥା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାରେ ପାର୍କିଂ ହେଉଛି ଅନେକ ଗାଡି । ଫଳରେ ରାସ୍ତା ଜାମ ହେବା ସହ ରାଜରାସ୍ତା ପାଲଟିଛି ମରଣଯନ୍ତା ।

By

Published : Sep 6, 2019, 7:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି ପାର୍କିଂ ଅବସ୍ଥା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାରେ ପାର୍କ ହେଉଛି ଅନେକ ଗାଡି । ଫଳରେ ରାସ୍ତା ଜାମ ହେବା ସହ ରାଜରାସ୍ତା ପାଲଟିଛି ମରଣଯନ୍ତା । ଏଦୃଶ୍ୟ ହେଉଛି ରାଜଧାନୀ ଦେଇ ଯାଇଥିବା 16ନଂ ଜାତୀୟ ରାଜପଥର । ଯେଉଁଠାରେ ଆରଟିଓ ଅଫିସ ସାମ୍ନାରେ ଦିନ ରାତି ଜମୁଛି ଭିଡ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ସ୍ଥାନୀୟ ଲୋକଙ୍କୁ ପଚରାଯିବାରୁ ସେମାନେ ପାର୍କିଂକୁ ନେଇ ଦେଖାଯାଉଥିବା ଦୈନିକ ସମସ୍ୟା ବିଷୟରେ କହିଥିଲେ । ସେମାନଙ୍କ କହିବା ଅନୁଯାୟୀ ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ଦ୍ବିସ୍ତରୀୟ ପାର୍କିଂ ବ୍ୟବସ୍ଥା ସହ ଏକ ନୂତନ ଆରଟିଓ ଅଫିସ ବିଲ୍ଡିଂ ନିର୍ମାଣ କରାଯିବାର ଯୋଜନା ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଫଳରେ ପୂର୍ବରୁ ଯେମିତି ଲୋକେ ରାସ୍ତାରେ ଗାଡି ପାର୍କଂ କରୁଥିଲେ ଏବେ ବି ସମାନ ଦଶା ।

ତେଣେ ରାସ୍ତା ଉପରେ ଏପରି ଗାଡି ପାର୍କଂ ଲାଗି ରହିଥିବାରୁ ସାଧାରଣ ଲୋକଙ୍କ ସମେତ ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି । ଏନେଇ ଆରଟିଓ ୱାନ ନିର୍ଦ୍ଦେଶକ ପ୍ରଦୀପ୍ତ ରଞ୍ଜନ ମହାନ୍ତିଙ୍କ କହିବା ଅନୁଯାୟୀ ଅନେକ ବର୍ଷ ଧରି ନିଜସ୍ବ ପାର୍କିଂ ନଥିବାରୁ ଏପରି ଅସୁବିଧା ସୃଷ୍ଟି ହେଉଛି । ସମାଧାନ ସ୍ବରୂପ ନୂଆ ବିଲ୍ଡିଂ ନିର୍ମାଣ ଚାଲିଛି । ଯେଉଁଥିରେ ଦୁଇଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିବ । ଫଳରେ ବାହାରେ ରହୁଥିବା ଗାଡି ଗୁଡିକୁ ଯଥା ସ୍ଥାନରେ ପାର୍କ କରାଯାଇପାରିବ ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ABOUT THE AUTHOR

...view details