ଭୁବନେଶ୍ବର: 30 ଜିଲ୍ଲା ପାଇଁ ନିଯୁକ୍ତ ହୋଇଛନ୍ତି 30 ନୋଡାଲ ଅଫିସର । କୃଷି ବିଭାଗ ଦ୍ବାରା ପ୍ରଣୀତ ଯୋଜନା କାର୍ଯ୍ୟକାରୀ ହେଉଛି ନା ନାହିଁ ତାହା ଏମାନେ ତଦାରଖ କରିବେ ।
ଜୋରସୋର ଚାଲିବ କୃଷିକାର୍ଯ୍ୟ, ସବୁ ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ
କୃଷି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ । 30 ଜିଲ୍ଲା ପାଇଁ 30 ନୋଡାଲ ଅଫିସରଙ୍କୁ ମିଳିଲା ନିଯୁକ୍ତି । ଅଧିକ ପଢ଼ନ୍ତୁ....
ଫାଇଲ ଫଟୋ
ଏହାସହ ଜିଲ୍ଲା ସ୍ତରର ଅଧିକାରୀ ଓ ସବୁ କର୍ମଚାରୀଙ୍କ ସହିତ ଆଲୋଚନା କରିବେ। କଣ ସମସ୍ୟା ରହୁଛି ତାହା ବିଭାଗକୁ ଅବଗତ କରାଇବେ। ଯେଉଁଠି ସମସ୍ୟା ରହିଛି ସମାଧାନ କରି ପ୍ରତିଦିନ ଅପରାହ୍ନରେ ରିପୋର୍ଟ ଦେବେ । କୃଷି ସରଞ୍ଜାମର ମରାମତି ଦୋକାନ ସମେତ ସାର ଓ ବିହନ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ । କୃଷି ବିଭାଗର ସମୀକ୍ଷା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ