ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ରାଜସ୍ବ ବିଭାଗର କୋଟିପତି ସଚିବ ଅଜୟ ଦାସ । ଗୁରୁବାର ଏନେଇ ଭିଜିଲାନ୍ସ ଚଢାଉ ପରେ ତାଙ୍କ ପାଖରୁ ଏଯାବତ୍ 3କୋଟିରୁ ଉର୍ଦ୍ଧ୍ବ ଟଙ୍କା ସମେତ ବିଭିନ୍ନ ସହରରେ 8ଟି ପ୍ଲଟ ଓ 7ଟି ଘର ଥିବା ଜଣା ପଡିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଶୁକ୍ରବାର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲ ସ୍ଥାନାନ୍ତର କରାଯାଇଛି ।
ଜେଲ ଗଲେ ରାଜସ୍ବ ବିଭାଗର କୋଟିପତି ସ୍ବତନ୍ତ୍ର ସଚିବ ଅଜୟ ଦାସ
ଜେଲ ଗଲେ ରାଜସ୍ବ ବିଭାଗର କୋଟିପତି ସ୍ବତନ୍ତ୍ର ସଚିବ ଅଜୟ ଦାସ
09:42 August 14
ସୂଚନା ମୁତାବକ ଅଜୟ ଦାସ ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ । ଆଗାମୀ ମାସରେ ଚାକିରୀରୁ ଅବସର ନେଇଥାଆନ୍ତେ ଅଜୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Aug 14, 2020, 10:28 AM IST