ଓଡିଶା

odisha

ETV Bharat / city

ପାସ୍‌ ହାର କମିବା ପାଇଁ ସିସିଟିଭି ଦାୟୀ !

ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର 4 ପ୍ରତିଶତ କମିଛି । ତେବେ ଏବର୍ଷ ପାସ ହାର କମିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୋକ୍ଷରେ ସିସିଟିଭିକୁ ଦାୟୀ କରିଛନ୍ତି ।

By

Published : Jun 3, 2019, 2:44 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବହୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଛି ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ 97 ହଜାର 750 ପିଲା ପରୀକ୍ଷା ଦେଇଥିବାବେଳେ 72.33 ପ୍ରତିଶତ ପିଲା ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ 20 ହଜାର 806 ଜଣ ପାସ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ 23 ହଜାର 904 ଜଣ ପିଲା ପାସ କରିଛନ୍ତି । ସେହିପରି 25 ହଜାର 360 ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର 4 ପ୍ରତିଶତ କମିଛି । ଯାହା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏବର୍ଷ ପାସ ହାର କମିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୋକ୍ଷରେ ସିସିଟିଭିକୁ ଦାୟୀ କରିଛନ୍ତି । ସିସିଟିଭି ଲାଗିବା ଫଳରେ ରେଜଲ୍ଟ ଏପରି ହୋଇଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି ।

ଏହାସହ କେବଳ 60 ଜଣ ପିଲା 90 ପ୍ରତିଶତରୁ ଅଧିକ ନମ୍ବର ରଖିଥିବାରୁ ଏହାକୁ ବଢାଇବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ତେବେ ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details