ଭୁବନେଶ୍ବର: ଆଶଙ୍କା ଠାରୁ ଅଧିକ କ୍ଷୟକ୍ଷତି କଲା ବାତ୍ୟା 'ଫନି' । ରାଜ୍ୟର ଅଧା ଚିତ୍ର ବିଗାଡିଦେବା ପରେ ଏବେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି ପୁଣିଥରେ ସୁନ୍ଦର ଓଡିଶା ଗଢିବାକୁ । ତେବେ ବାତ୍ୟା ପରେ ବିପନ୍ନଙ୍କ ପାଖରେ ଯୁଦ୍ଧ କାଳୀନ ଭିତରେ ରିଲିଫ ସାମଗ୍ରୀ ପହଞ୍ଚାଯାଇଛି ।
ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ସଚିବ । ରାଜ୍ୟର ଜଗତସିଂହପୁରରେ 30, କେନ୍ଦ୍ରାପଡା 58, କଟକ 18.5, ବିଏମସି 76, ଖୋର୍ଦ୍ଧା 24.61 ପ୍ରତିଶତ ରିଲିଫ ବଣ୍ଟନ ହୋଇଛି । ନଗଦ ଅର୍ଥ ମଧ୍ୟ ବଣ୍ଟାଯାଇଛି । 4 ଲକ୍ଷ 89 ହଜାର 450 ହିତାଧିକାରୀଙ୍କୁ ଟଙ୍କା ମିଳିଛି ।