ଓଡିଶା

odisha

ETV Bharat / city

ପୁଣି ଏକ ମହାବାତ୍ୟାର ସଙ୍କେତ ଦେଉଛି ‘ଅମ୍ଫାନ’ - Amphan update

ଓଡିଶା ଓ ବାତ୍ୟାର ସମ୍ପର୍କ 1737 ମସିହାରୁ । ପ୍ରତିବର୍ଷ ଛୋଟ ହେଉ କି ବଡ ବାତ୍ୟା ଆସି କିଛିଟା ଧନଜୀବନ ନଷ୍ଟ କରିଦେଇ ଯାଏ । ଭାରତୀୟ ଉପମହାଦେଶ ବିଶ୍ବର ସବୁଠାରୁ ଖରାପ ପ୍ରଭାବିତ ଅଞ୍ଚଳ ଅଟେ।

cyclone in odisha
ମହାବାତ୍ୟାର ସଙ୍କେତ ଦେଉଛି ‘ଅମ୍ଫାନ’

By

Published : May 19, 2020, 10:51 AM IST

ଭୁବନେଶ୍ବର: ଓଡିଶା ଓ ବାତ୍ୟାର ସମ୍ପର୍କ 1737 ମସିହାରୁ । ପ୍ରତିବର୍ଷ ଛୋଟ ହେଉ କି ବଡ ବାତ୍ୟା ଆସି କିଛିଟା ଧନଜୀବନ ନଷ୍ଟ କରିଦେଇ ଯାଏ । ଓଡିଶାବାସୀ ନିଜକୁ ସମ୍ଭାଳିବା ବେଳକୁ ଆଉ ଏକ ଗୋଟେ ବାତ୍ୟା ପୁଣି ଆସିଯାଏ । ତେବେ ଭାରତୀୟ ଉପମହାଦେଶ ବିଶ୍ବର ସବୁଠାରୁ ଖରାପ ପ୍ରଭାବିତ ଅଞ୍ଚଳ ଅଟେ।

8041 କିଲୋମିଟର ଲମ୍ବା ଉପକୂଳବର୍ତ୍ତୀ ବିଶ୍ବର ପ୍ରାୟ 10 ପ୍ରତିଶତ ଉଷ୍ମମଣ୍ଡଳୀୟ ବାତ୍ୟାର ସ୍ଥଳୀ । ମୁଖ୍ୟତଃ ଏହା ବଙ୍ଗୋପସାଗର ଓ ପୂର୍ବ ଉପକୂଳକୁ ଏହା ଅଧିକ କ୍ଷତି ପହଞ୍ଚାଇଥାଏ । ପ୍ରତିବର୍ଷ ହାରାହାରି 5-6 ଉଷ୍ମମଣ୍ଡଳୀୟ ବାତ୍ୟା ସୃଷ୍ଟି ହୁଏ ସେଥିମଧ୍ୟରୁ 2-3 ଗୁରୁତର ହୋଇଥାଏ । ଆରବ ସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ଘୂର୍ଣ୍ଣିବଳୟ ଘଟିଥାଏ । ହାରାହାରି ଅନୁପାତ ହେଉଛି ପ୍ରାୟ 4:1 ।

ମେ-ଜୁନ ଓ ଅକ୍ଟୋବର-ନଭେମ୍ବର ମାସରେ ଉଷ୍ମମଣ୍ଡଳୀୟ ବାତ୍ୟା ସୃଷ୍ଟି ହୋଇଥାଏ । ବିପର୍ଯ୍ୟୟର ଗତି ସେତେବେଳେ ତୀବ୍ର ହୋଇଥାଏ ଯେତେବେଳେ ଉତ୍ତର ଭାରତରେ ଏହା ଲ୍ୟାଣ୍ଡଫଲ୍ କରିଥାଏ । ପ୍ରବଳ ଝଡ ତୋଫାନ ସହ ବର୍ଷା ପବନ ମଧ୍ୟ ହୋଇଥାଏ । ବାତ୍ୟା କେବଳ ଲୋକଙ୍କୁ ପ୍ରଭାବିତ କରିନଥାଏ ବରଂ ଉପକୂଳବର୍ତ୍ତୀ, ଚାଷଜମିକୁ ଅଧିକ ପ୍ରଭାବିତ କରିଥାଏ । ଏହା ମାଟିର ଉର୍ବରତାକୁ ମଧ୍ୟ କରିଥାଏ । ବାତ୍ୟା ମୁଖ୍ୟତଃ 50-300 କିଲୋମିଟର ଯାଏଁ ରହିଥାଏ । କିନ୍ତୁ ଏହା ହଜାର ହଜାର କିଲୋମିଟର ଯାଏଁ ପ୍ରଭାବ ପକାଇପାରେ ।

ବାତ୍ୟାରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଅଧିକା କ୍ଷତି ହୋଇଥାଏ । 1737 ଅକ୍ଟୋବର 7ରେ ଓଡିଶାରେ ମହାବାତ୍ୟା ହୋଇଥିଲା । ଏହାପରେ 1831ରେ ଅନ୍ୟ ଏକ ମହାବାତ୍ୟା । 1864 ମସିହାରେ ଦୁଇ ଦୁଇଟି ମହାବାତ୍ୟା ଓଡିଶାରେ ମାଡ ହୋଇଥିଲା । ଏହାପରେ ପ୍ରତିବର୍ଷ ବାତ୍ୟା କରାଳ ରୂପ ଦେଖାଇ ଚାଲିଲା । ଓଡିଶାବାସୀ 1999ର ମହାବାତ୍ୟାକୁ କେବେବି ଭୁଲିପାରିବେନି । 2014ରେ ହୁଡ୍ ହୁଡ୍, 2013ରେ ଫାଇଲିନ୍, 2018ରେ ତିତଲି ଏହାପରେ ଗତ ବର୍ଷ ଫନି । ଓଡିଶାକୁ ବାତ୍ୟାର ଆଗମନ ସର୍ବଦା ଜାରି ରହିଛି ।

ଏଥିପାଇଁ ରାଜ୍ୟ ସରକାର ମଧ୍ୟ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥାଆନ୍ତି । ପ୍ରତିବର୍ଷ ଏହି ବିପର୍ଯ୍ୟୟ କାରଣରୁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି କରିଥାନ୍ତି । 1999 ରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ପ୍ରତିଷ୍ଠା କରାଯାଇଥିଲା, 2005 ରେ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରଣୟନ ହେଲା । ଏହାସହ 2001ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ( NDMA) ପ୍ରତିଷ୍ଠା ହେଲା ।

ଓଡିଶା ପ୍ରଥମ ଯିଏ କି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପ୍ରତିଷ୍ଠା କରିଥିଲା । 1999ର ଭୟଙ୍କର ମହାବାତ୍ୟାରେ 1000 ଲୋକଙ୍କ ପ୍ରାଣହାନୀ ପରେ ଏହି ଅଥରିଟି ପ୍ରତିଷ୍ଠା କରିଥିଲା ଓଡିଶା । ବିପର୍ଯ୍ୟୟ ପରିଚାଳନା ଓଡିଶା ସମସ୍ତଙ୍କ ପାଇଁ ରୋଲ୍ ମଡେଲ୍ । ଓଡିଶାର ପରିଚାଳନା ଦକ୍ଷତା ପାଇଁ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ୍ ପ୍ରସଂଶା କରାଯାଇଛି ।

2013ରେ ଫାଇଲିନ୍ ସମୟରେ ଓଡିଶା ସର୍ବାଧିକ 11 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲା । ଏଥିରେ ପ୍ରାୟ 21ଜଣଙ୍କ ମୃତ୍ୟୁ ହୋଇଥିଲା । ଓଡିଶାରେ ପ୍ରାୟ 800 ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ଆଇଆଇଟି ଖଡଗପୁର ଏହି ସବୁ ଆଶ୍ରୟସ୍ଥଳୀକୁ ଡିଜାଇନ୍ କରିଛି । ପ୍ରଭାବିତ ଅଞ୍ଚଳ ଗୁଡିକରେ ଲୋକଙ୍କୁ ତାଲିମ୍ ଦେବା ସହ ସଚେତନ ମଧ୍ୟ କରାଯାଏ ।

ବର୍ତ୍ତମାନ ସେପରି ଆଉ ଏକ ମହାବାତ୍ୟାର ସମ୍ଭାବନା ରହିଛି । 1999 ପରେ ବଙ୍ଗୋପସାଗରେ ଦ୍ବିତୀୟ ଥର ଆଉ ଏକ ମହାପ୍ରଳୟ ଆସୁଛି । ତେବେ ଏଥିପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ମେ 20ରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ‘ଅମ୍ପାନ’ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏନଡିଆରଏଫ୍ ଟିମ୍ ନିୟୋଜିତ ଥିବା ସହ ଉପକୂଳବର୍ତ୍ତୀ ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଉଛି । ପରବର୍ତ୍ତୀ ସ୍ଥିତି ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ରାସ୍ତା ସଫେଇ, ରିଲିଫ୍ ବଣ୍ଟନ, ଉଦ୍ଧାର କାର୍ଯ୍ୟ ଓ ବିଦ୍ୟୁତ୍ ସରବରାହ ପ୍ରଭୃତି ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ଅଛନ୍ତି ।

ABOUT THE AUTHOR

...view details