ଓଡିଶା

odisha

ETV Bharat / city

ଘରୋଇ ହସ୍ପିଟାଲ ଓ ନର୍ସିଂହୋମକୁ ସରକାରଙ୍କ ତାଗିତ୍‌, ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ନ ଯୋଗାଇଲେ ପଞ୍ଜିକରଣ ହେବ ବାତିଲ - medical not provided necessary treatment to patient

ଘରୋଇ ହସ୍ପିଟାଲ ଓ ନର୍ସିଂହୋମକୁ ସ୍ବାସ୍ଥ୍ୟ ବିଭାଗର ତାଗିତ୍‌ । ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ନ ଯୋଗାଇଲେ ପଞ୍ଜିକରଣ ହେବ ବାତିଲ। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଗୁଡିକ ରୋଗୀଙ୍କୁ ମନଇଚ୍ଛା ରେଫର କରିପାରିବେ ନାହିଁ। କଲେ ସମ୍ପୃକ୍ତ ହସ୍ପିଟାଲର ପଞ୍ଜିକରଣ ବାତିଲ କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଘରୋଇ ହସ୍ପିଟାଲ ଓ ନର୍ସିଂହୋମକୁ ସରକାରଙ୍କ ତାଗିତ୍‌, ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ନ ଯୋଗାଇଲେ ପଞ୍ଜିକରଣ ହେବ ବାତିଲ
ଘରୋଇ ହସ୍ପିଟାଲ ଓ ନର୍ସିଂହୋମକୁ ସରକାରଙ୍କ ତାଗିତ୍‌, ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ନ ଯୋଗାଇଲେ ପଞ୍ଜିକରଣ ହେବ ବାତିଲ

By

Published : May 13, 2020, 9:38 PM IST

ଭୁବନେଶ୍ବର: ଘରୋଇ ହସ୍ପିଟାଲ ଓ ନର୍ସିଂହୋମକୁ ସ୍ବାସ୍ଥ୍ୟ ବିଭାଗର ତାଗିତ୍‌ । ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ନ ଯୋଗାଇଲେ ପଞ୍ଜିକରଣ ହେବ ବାତିଲ। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଗୁଡିକ ରୋଗୀଙ୍କୁ ମନଇଚ୍ଛା ରେଫର କରିପାରିବେ ନାହିଁ।

ଘରୋଇ ହସ୍ପିଟାଲ ଓ ନର୍ସିଂହୋମକୁ ସରକାରଙ୍କ ତାଗିତ୍‌, ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ନ ଯୋଗାଇଲେ ପଞ୍ଜିକରଣ ହେବ ବାତିଲ

ଉକ୍ତ ହସ୍ପିଟାଲରେ ରୋଗୀର ଚିକିତ୍ସା ବ୍ୟବସ୍ଥା ଓ ମାନବ ସମ୍ବଳ ଆଦିକୁ ଉପଯୋଗ କରି ରୋଗୀର ଅବସ୍ଥା ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଆବଶ୍ୟକୀୟ ଚିକିତ୍ସା ଯୋଗାଇଦେବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ହସ୍ପିଟାଲ ଉପରେ ହେବ କାର୍ଯ୍ୟାନୁଷ୍ଠାନ।

ଅନେକ ସମୟରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଗୁଡିକ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ବାରଣ କରୁଛନ୍ତି। ଅନ୍ୟ ହସ୍ପିଟାଲକୁ ରେଫର କରୁଛନ୍ତି। ଓଡିଶା କ୍ଲିନିକାଲ ଏଷ୍ଟାବଲିସମେଣ୍ଟ ଆକ୍ଟ ଅଧୀନରେ ଆସୁଥିବା ନିୟମ ଅନୁଯାୟୀ ହସ୍ପିଟାଲ ମାନେ ଗୁରୁତର ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲ ବା ସରକାରୀ ଡାକ୍ତରଖାନାକୁ ରେଫର୍‌ କରିପାରିବେ । ତେବେ ଏହା ପୂର୍ବରୁ ସେଠାରେ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା ଓ ମାନବ ସମ୍ବଳ ଆଦିକୁ ଉପଯୋଗ କରି ରୋଗୀର ଅବସ୍ଥା ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେବେ।

ତେବେ ଏହି ସମୟରେ ଏହି ନିୟମକୁ କଡାକଡି ପାଳନ କରନ୍ତୁ ନହେଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ସମ୍ପୃକ୍ତ ହସ୍ପିଟାଲର ପଞ୍ଜିକରଣ ବାତିଲ କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details