ଓଡିଶା

odisha

ETV Bharat / city

ରେଫରାଲ୍ ଶିଶୁଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ, ମିଳୁଛି ସର୍ବୋତ୍ତମ ଚିକିତ୍ସା

ଛୋଟ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ । ଏହି ହସ୍ପିଟାଲକୁ ଦୈନିକ ପ୍ରାୟ 300ରୁ ଊର୍ଦ୍ଧ୍ବ ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି । ସେଥିରୁ 20 ରୁ 30 ଜଣ ଗୁରୁତର ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି । 99 ପ୍ରତିଶତ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ସଫଳ କାରଣ ଏଠାରେ MRI, ECG, 2D ଇକୋ ପରୀକ୍ଷାର ବ୍ୟବସ୍ଥା ରହିଛି ।

ରେଫର ହୋଇ ଆସୁଥିବା ଛୋଟ ପିଲାଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ ରହିଛି ପ୍ରସ୍ତୁତ
ରେଫର ହୋଇ ଆସୁଥିବା ଛୋଟ ପିଲାଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ ରହିଛି ପ୍ରସ୍ତୁତ

By

Published : Jan 22, 2021, 4:08 PM IST

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ହସ୍ପିଟାଲମାନଙ୍କ ମଧ୍ୟରେ ଅନ୍ୟତମ କ୍ୟାପିଟାଲ ହସ୍ପିଟାଲ । ଦୈନିକ ହଜାର ହଜାର ରୋଗୀ ଏଠାରେ ଚିକିତ୍ସିତ ହୋଇଥାନ୍ତି । ହସ୍ପିଟାଲରେ ସମସ୍ତ ସର୍ଜିକାଲ ଏବଂ ଅନ୍ୟାନ୍ୟ ଚିକିତ୍ସାର ଉପକରଣ, ଔଷଧ ଆଦି ଏଠାରେ ଉପଲବ୍ଧ ରହିଛି । ବିଶେଷ କରି ଛୋଟ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ । ଏଠାକୁ ଦୈନିକ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରୁ ଚିକିତ୍ସା ପାଇଁ ଆସିଥାନ୍ତି ରୋଗୀ । ହେଲେ ଅନ୍ୟ ବିଭାଗ ତୁଳନାରେ ଶିଶୁ ବିଭାଗ ଓ ରେଫରାଲରେ ଆସୁଥିବା ପିଲାଙ୍କ ଚିକିତ୍ସା ପାଇଁ 24 ଘଣ୍ଟା ସଜାଗ ରୁହନ୍ତି ଡାକ୍ତର ଓ ତାଙ୍କ ଟିମ । ଫଳରେ କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ଶିଶୁ ଠିକ ସମୟରେ ସୁସ୍ଥ ହୋଇପାରୁଛନ୍ତି ।

ରେଫର ହୋଇ ଆସୁଥିବା ଛୋଟ ପିଲାଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ ରହିଛି ପ୍ରସ୍ତୁତ

କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ପ୍ରାୟ 300ରୁ ଊର୍ଦ୍ଧ୍ବ ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି । ସେଥିରୁ 20ରୁ 30 ଜଣ ଗୁରୁତର ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି । 99 ପ୍ରତିଶତ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ସଫଳ ହେଉଛି । କାରଣ ଏଠାରେ MRI, ECG, 2D ଇକୋ ପରୀକ୍ଷାର ବ୍ୟବସ୍ଥା ରହିଛି । ସରକାର ହସ୍ପିଟାଲର ସମସ୍ତ ଆବଶ୍ୟକତାକୁ ଶୀଘ୍ର ପୂରଣ କରୁଥିବାରୁ ପ୍ରାୟ ସମସ୍ୟାର ସମାଧାନ ହୋଇପାରୁଛି ।

ସେପଟେ ଶିଶୁ ରୋଗ ସମ୍ବନ୍ଧୀୟ ଚିକିତ୍ସା ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆଇସିୟୁରେ ଡାକ୍ତର, ଉନ୍ନତ ସୁବିଧା ତଥା ଚାଇଲ୍ଡ ସ୍ପେଶାଲ ଡାକ୍ତରଖାନା ରହିବା ଉଚିତ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ସନ୍ତୋଷ ମିଶ୍ର ।

ରାଜ୍ୟରେ ବାରମ୍ବାର ଚିକିତ୍ସା ନେଇ ଅବହେଳା ସାମ୍ନାକୁ ଆସୁଥିବାବେଳେ କ୍ୟାପିଟାଲ ହସପିଟାଲରେ ରେଫରାଲ ହୋଇ ଆସୁଥିବା ଶିଶୁଙ୍କ ପାଇଁ ଏଭଳି ସୁବିଧା ରାଜ୍ୟ ପାଇଁ ଭଲ ଖବର ନିଶ୍ଚୟ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details