ଓଡିଶା

odisha

ETV Bharat / city

‘ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ଏଯାଏଁ କିଛି ବ୍ୟବସ୍ଥା ହୋଇନାହିଁ’

ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆଙ୍କୁ ଫେରିବା ଆଣିବା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏପରି ସ୍ଥଳେ ସେମାନେ କିପରି ଆସିବେ ସେନେଇ ଏପର୍ଯ୍ୟନ୍ତ କିଛି ବ୍ୟବସ୍ଥା ହୋଇନଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

padmanabha behera
‘ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ଏଯାଏଁ କିଛି ବ୍ୟବସ୍ଥା ହୋଇନାହିଁ’

By

Published : Apr 30, 2020, 5:32 PM IST

ଭୁବନେଶ୍ବର: ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆଙ୍କୁ ଫେରିବା ଆଣିବା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏପରି ସ୍ଥଳେ ସେମାନେ କିପରି ଆସିବେ ସେନେଇ ଏପର୍ଯ୍ୟନ୍ତ କିଛି ବ୍ୟବସ୍ଥା ହୋଇନଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ସେ କହିଛନ୍ତି,‘ଲୋକମାନଙ୍କୁ ଫେରାଇ ଆଣିବାକୁ ଲକ୍‌ଡାଉନ୍‌ ପରେ ବ୍ୟବସ୍ଥା କରାଯିବ । ଏପର୍ଯ୍ୟନ୍ତ କିଛି ହୋଇନି । ସମସ୍ତ ରେଜିଷ୍ଟ୍ରେସନ ସରିବା ପରେ କେଉଁ ରାଜ୍ୟରେ କେତେ ଜଣ ଅଛନ୍ତି ଜଣାପଡିବ ।’ ସେହିପରି ଲୋକଙ୍କ ରହିବା ପାଇଁ କ୍ବାରେଣ୍ଟାଇନ ସେଣ୍ଟର କରାଯାଇଛି । ବିଭିନ୍ନ ସ୍କୁଲ ଘର, ପଞ୍ଚାୟତ ଘର ଆଦିରେ ଏହି ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ସେମାନେ ଆସିଲେ ରୋଜଗାରକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାକୁ ସୁବିଧା ରହିଛି । ଆମ ରାଜ୍ୟରେ କାର୍ଯ୍ୟ ଅଛି, ସେମାନଙ୍କୁ ଯୋଗାଇ ଦିଆଯିବ ।’ ସେପଟେ ଯେଉଁ ଶ୍ରମିକ ମାନେ ବାହାର ରାଜ୍ୟକୁ ଯାଉଛନ୍ତି କେବଳ ଅଧିକ ପଇସା ପାଇଁ ଯାଉଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details