ଓଡିଶା

odisha

ETV Bharat / city

ଜଗନ୍ନାଥଙ୍କ ଟଙ୍କା ଫେରିବା ପରେ ଶାସକ-ବିରୋଧୀ ମୁହାଁମୁହିଁ

ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଫେରିବା ପରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ ଦଳଙ୍କ ପାଇଁ ଟଙ୍କା ଫେରିପାଇଲା ବୋଲି କହିବା ସହ ଯେଉଁମାନେ ଟଙ୍କା ରଖିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି । ସେପଟେ ଏହାର ଜବାବ ଦେଇଛି ବିଜେଡି ।

By

Published : Mar 19, 2020, 12:58 PM IST

congress mla sura routray
ଜଗନ୍ନାଥଙ୍କ ଟଙ୍କା ଫେରିବା ପରେ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ବର: ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଫେରିବା ପରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିରୋଧୀଦଳଙ୍କ ପାଇଁ ଟଙ୍କା ଫେରିପାଇଲା ବୋଲି କହିବା ସହ ଯେଉଁମାନେ ଟଙ୍କା ରଖିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି । ସେପଟେ ଏହାର ଜବାବ ଦେଇଛି ବିଜେଡି ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ‘ବିରୋଧୀ ଦଳ ଓ ଗଣମାଧ୍ୟମରେ ଚାପ ଫଳରେ ଫେରିଲା ଜଗନ୍ନାଥଙ୍କ ଟଙ୍କା। ଏଥିପାଇଁ ସମସ୍ତ ବିରୋଧୀ ଦଳ ଓ ରିଜର୍ଭ ବ୍ୟାଙ୍କକୁ ଧନ୍ୟବାଦ ।’ ଏହାସହ ବାକି ଟଙ୍କା ତୁରନ୍ତ ଫେରାଯାଉ ବୋଲି ସେ ଦାବି କରିଛନ୍ତି ।

ଏହାସହ ଯେଉଁମାନେ ଜାତୀୟକରଣ ବ୍ୟାଙ୍କରୁ ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖିଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି । ସେପଟେ ଏହାର ଜବାବରେ ସରକାରୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ‘ଜଗନ୍ନାଥଙ୍କର ସବୁ ଟଙ୍କା ଫେରିବ । ବିରୋଧୀ ସରକାରଙ୍କ କୌଣସି ଭଲ କାମକୁ ଗ୍ରହଣ କରନ୍ତିନି । ଖାଲି ସରକାରଙ୍କୁ ଦୋଷ ଦିଅନ୍ତି । ଗୃହ କମିଟି ଏବେ କଣ କରିବ ସେନେଇ ବାଚସ୍ପତି ନିଷ୍ପତି ନେବେ । କୋରୋନା ପାଇଁ କମିଟି ବୈଠକ ସ୍ଥଗିତ ଅଛି ।’

ସୂଚନା ଅନୁସାରେ, ପ୍ରଥମ କିସ୍ତିର 389 କୋଟି ଟଙ୍କା ଫେରିଥିବା ନେଇ ୟେସ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ମ୍ୟାଚୁରିଟି ପୂରଣ ନ ହେବା ଯାଏ ବାକି 156 କୋଟି ଫେରାଯିବ ନାହିଁ ବୋଲି କହିଛି ୟେସ ବ୍ୟାଙ୍କ। ସୁଧକୁ ମିଶାଇ ସର୍ବମୋଟ 397 କୋଟି 23 ଲକ୍ଷ 27 ହାଜର 636 ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଏସବିଆଇ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପତ୍ର ଲେଖି ଜଣାଇଛନ୍ତି ୟେସ ବ୍ୟାଙ୍କ କର୍ତ୍ତୃପକ୍ଷ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details