ଭୁବନେଶ୍ବର: କେନ୍ଦ୍ର କିରୋସିନ କୋଟା କମାଇଥିବାରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ପ୍ରଭାବିତ ହେବେ ହିତାଧିକାରୀ, ମିଳିବ କମ୍ କିରୋସିନ । ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ଅଗଷ୍ଟ ମାସରୁ ହିତାଧିକାରୀଙ୍କୁ ଅଢ଼େଇ ଲିଟର ପରିବର୍ତ୍ତେ ମିଳିବ ୨ ଲିଟର କିରୋସିନ । ହିତାଧିକାରୀଙ୍କୁ ଅଧ ଲିଟର କିରୋସିନ କମ୍ ମିଳିବ। ପରିବାର ପିଛା 1.89 ଲିଟର ମିଳିବ। ହେଲେ ରାଜ୍ୟ ସରକାର 2 ଲିଟର ଦେବେ ବୋଲି ଗୃହରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।
ବିଧାନସଭାର ପ୍ରଶ୍ନକାଳରେ କିରୋସିନ ଯୋଗାଣ ମାମଲାରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କ୍ରମାଗତ ଭାବରେ କେନ୍ଦ୍ରରୁ ରାଜ୍ୟକୁ କିରୋସିନ କୋଟାରେ ହ୍ରାସ କରାଯାଉଛି । ଫଳରେ ରାଜ୍ୟ ସରକାର 2ଲିଟର କିରୋସିନ ଯୋଗାଇବା ପାଇଁ ନିଷ୍ପତି ନେଇଛନ୍ତି ।ବର୍ତ୍ତମାନ ୩ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଅଢ଼େଇ ଲିଟର କିରୋସିନ ଦିଆଯାଉଛି । କେନ୍ଦ୍ର କିରୋସିନ କୋଟା କମାଇଥିବାରୁ ହିତାଧିକାରୀଙ୍କୁ କମ୍ କିରୋସିନ ମିଳିବ ବୋଲି ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ରାଜ୍ୟରେ 151 ଡିଲର, 11,145 ଫେୟାର ପ୍ରାଇସ ସୋପ ରହିଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟକୁ 3 ମାସିଆ କିରୋସିନି ଦିଆଯାଇଛି। କେନ୍ଦ୍ରରୁ ଯେତିକି ଦିଆଯାଉଥିଲା ତାହା କମି ଯାଇଛି। ଫଳରେ 2 ଲିଟର କିରୋସିନ ଦିଆଯିବ। ରାଜ୍ୟରେ ଏବେ 3 କୋଟିରୁ ଅଧିକ ଲୋକ ଏହି ସୁବିଧା ପାଉଛନ୍ତି।