ଭୁବନେଶ୍ବର: ଆଜି ପବିତ୍ର ଘୋଷଯାତ୍ରା । ବଡଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଯେଉଁଥିଲାଗି ସମସ୍ତ ବ୍ୟବସ୍ଥା ଶେଷ କରାଯାଇଛି ।
ସୁପ୍ରିମ୍କୋର୍ଟଙ୍କ ରାୟ ଆସିବା ପରେ ପୁରୀକୁ ସଟଡାଉନ୍ କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରତିଟି ଓଡିଆଙ୍କ ମନରେ ଖୁସି ଖେଳିଯାଇଛି । ତେବେ ବିନା ଭକ୍ତରେ ରଥଯାତ୍ରା ହେଉଥିବାବେଳେ ସୁଦୂର ଆମେରିକାରେ ରହୁଥିବା ଓଡିଆମାନେ ମହାପ୍ରଭୁଙ୍କ ମହାନ ପରମ୍ପରାକୁ ମନେପକାଇଛନ୍ତି ।