ଭୁବନେଶ୍ବର: ଜଗାର ଜାତି ନାହିଁ କି ତାକୁ ମାପିବାର କାହାର ଶକ୍ତି ନାହିଁ । ଏହି ଉକ୍ତି ପୁନର୍ବାର ଅକ୍ଷରେ ଅକ୍ଷରେ ପ୍ରମାଣିତ ହୋଇଛି ବାହାରିନ ପରି ଏକ ଇସ୍ଲାମିକ ଦେଶରେ । ଏଠାରେ ବେଶ୍ ଧୁମଧାମରେ ପାଳନ ହୋଇଛି ବିଶ୍ବ ନିୟନ୍ତାଙ୍କ ଘୋଷଯାତ୍ରା । ସ୍ଥାନୀୟ ଓଡ଼ିଆ ସମାଜ ପକ୍ଷରୁ ଘୋଷଯାତ୍ରା ଆୟୋଜିତ ହୋଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ମୁସଲମାନ ସମ୍ପ୍ରଦାୟର ଜଗା ଭକ୍ତ । 2 ବର୍ଷ ପରେ ବାହାରିନରେ ଧୁମଧାମରେ ପାଳନ ହୋଇଛି ଘୋଷଯାତ୍ରା । ଓଡ଼ିଆ ସମାଜ ପକ୍ଷରୁ ବାହାରିନରେ ଥିବା 200 ବର୍ଷ ପୁରୁଣା (Manama ShreeNathJee Mandir ) ମନାମା ଶ୍ରୀନାଥଜୀ ମନ୍ଦିରରେ ପ୍ରଭୁ ଜଗନ୍ନାଥ ରଥଯାତ୍ରା ପାଳନ କରାଯାଇଛି ।
ଦୁଇ ବର୍ଷ ପରେ ବାହାରିନରେ ଗଡ଼ିଲା ମହାପ୍ରଭୁଙ୍କ ରଥ - ବାହାରିନରେ ରଥଯାତ୍ରା ପାଳନ
2 ବର୍ଷ ପରେ ବାହାରିନରେ ଗଡିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ । ଓଡିଆ ସମାଜ ପକ୍ଷରୁ ଏହି ଇସଲାମିକ ଦେଶରେ ରଥଯାତ୍ରା ପାଳିତ ହୋଇଛି । ଅଧିକ ପଢନ୍ତୁ
ପ୍ରବାସୀ ଭାରତୀୟଙ୍କ ଉପସ୍ଥିତିରେ ଜଗନ୍ନାଥ ମୟ ହେଇ ଉଠିଥିଲା ବାହାରିନସ୍ଥିତ ମନାମା ମନ୍ଦିର । ଓଡ଼ିଆ ସମାଜ ଓ ISKCON ଆନୁକୂଲ୍ୟରେ ମହାବାହୁଙ୍କ ଯାତ୍ରାକୁ ଧୁମଧାମରେ ପାଳନ କରାଯାଇଛି । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ବରେ ଏହି ଉତ୍ସବ ପାଳିତ ହୋଇଛି । ଅରୁଣ ପ୍ରହରାଜ କହିଛନ୍ତି ଯେ, “ବହୁ ଉତ୍ସାହର ସହିତ ଚଳିତ ବର୍ଷ କୌଣସି ପ୍ରତିବନ୍ଧକ ବିନା ରଥଯାତ୍ରା ପାଳନ କରାଯାଇଛି । ପ୍ରାୟ 6,000 ଭକ୍ତ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଶୁଭ ଦିନରେ ବାହାରିନରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ ଏକ ସୁନ୍ଦର ଈଶ୍ବରୀୟ ପରିବେଶ ସୃଷ୍ଟି ହୋଇଥିଲା ।”
ନେପାଳର ରାଜଦୂତ ଅରୁଣା ଘିସିଂଗ ଯୋଗ ଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ପାଇ ଅତ୍ୟନ୍ତ ଆନନ୍ଦିତ ହେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତୀୟ ରାଷ୍ଟ୍ରଦୂତ ପ୍ରତିନିଧୀ ତଥା ବାହାରିନ ସମସ୍ତ ବିଶ୍ବାସ ଧାର୍ମିକ ସୋସାଇଟିର ଅଧ୍ୟକ୍ଷ ଶେଖ ଅଲଜାୱାର ଯୋଗ ଦେଇଥିଲେ । ଶେଖ ଅଲଜାୱାଦର ଜୟ ଜଗନ୍ନାଥ, ହରେ କୃଷ୍ଣ ଜପ କରି ରଥ ଟାଣିଛନ୍ତି । ସନ୍ଧ୍ୟାରେ ବାହାରିନ ଓଡିଆ ସମାଜର ମହିଳା ସଦସ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି । ଭକ୍ତମାନେ ପ୍ରଭୁ ଜଗନ୍ନାଥ ଏବଂ ଭାଇଭଉଣୀ ପ୍ରଭୁ ବଳଭଦ୍ର ଏବଂ ମା' ସୁଭଦ୍ରାଙ୍କୁ ମନମା ଶ୍ରୀନାଥଜୀ ମନ୍ଦିରରେ ସ୍ବାଗତ ପାଇଁ ଜଗନ୍ନାଥ ସହସ୍ରନାମ ସଂକୀର୍ତ୍ତନ କରିଛନ୍ତି ।