ଭୁବନେଶ୍ବର: ରାସନ କାର୍ଡ ସହ ଆଧାର ଲିଙ୍କ ହେବାର ଅବଧିକୁ ବଢାଇଛନ୍ତି ରାଜ୍ୟ ସରକାର । ଅଗଷ୍ଟ 31 ଅର୍ଥାତ୍ ଆଜି ଥିଲା ଲିଙ୍କ କରିବାର ଶେଷ ତାରିଖ । କିନ୍ତୁ ଏହି ଅବଧିକୁ ଆଉ 15 ଦିନ ବଢାଯାଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବଣ୍ଟାଯିବ ରାସନ ସାମଗ୍ରୀ ।
ନ୍ୟାସନାଲ ଫୁଡ୍ ସିକ୍ୟୁରିଟି ଆକ୍ଟରେ ଥିବା ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ପାଖାପାଖି ୯୭.୭ ପ୍ରତିଶତ ଲୋକଙ୍କର ଆଧାର ଲିଙ୍କ କରାଯାଇଛି । ଯେଉଁ ହିତାଧିରକାରୀ ଆଧାର ଲିଙ୍କ କରି ନାହାଁନ୍ତି ସେମାନଙ୍କ ପାଇଁ ଆଉ ୧୫ ଦିନ ବଳକା ସମୟ ଦେଇଛନ୍ତି ରାଜ୍ୟ ସରକାର ।
ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଏହାସହ ଆଧାର ଲିଙ୍କ କରିବା ପରେ ତୁରନ୍ତ ସେମାନଙ୍କୁ ରାସନ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏବେ ସୁଦ୍ଧା ପୂର୍ବସଂଖ୍ୟା ଠାରୁ ପାଖାପାଖି ୨ ଲକ୍ଷ ପରିବାର ତାଲିକାରୁ ବାଦ୍ ପଡିଥିବା ଜଣାପଡିଛି । ସେପ୍ଟେମ୍ବର ୧୫ ତାରିଖ ପରେ କେତେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ରହିଛି, ତାହା ସ୍ପଷ୍ଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଅଗଷ୍ଟ ୩୧ ସୁଦ୍ଧା ରାସନ କାର୍ଡ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ ଥିଲା । ଲିଙ୍କ ନକଲେ ମିଳିବ ନାହିଁ ରାସନ ସାମଗ୍ରୀ । ପୂର୍ବରୁ ଏହି ଡେଡ୍ଲାଇନ୍ ଜୁଲାଇ ୩୧ ଥିବା ବେଳେ ଅଗଷ୍ଟ ୩୧କୁ ସମୟ ସୀମା ଧାର୍ଯ୍ୟ କରି ସବୁ ଜିଲ୍ଲାପାଳଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ଚିଠି ଲେଖିଥିଲା । ଏନେଇ ଯୋଗାଣ ବିଭାଗ ପଞ୍ଚାୟତ ଓ ବ୍ଲକ ସ୍ତରରେ ଏଥିପାଇଁ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ ମଧ୍ୟ କୁହାଯାଇଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ