ଓଡିଶା

odisha

By

Published : Jun 23, 2020, 2:26 AM IST

ETV Bharat / city

ଚୋରା ଚାଲଣ ବେଳେ ଦୁର୍ଲଭ ମୁନିଆ ଚଢ଼େଇ ଜବତ

ଭୁବନେଶ୍ବରରୁ ବାଙ୍ଗାଲୋର ସପ୍ଲାଏ ବେଳେ ଜବତ ହେଲା ବିପୁଳ ସଂଖ୍ୟାରେ ଦୁର୍ଲଭ ମୁନିଆ ଚଢ଼େଇ । 2 ଜଣ ଗିରଫ । ଅଧିକ ପଢ଼ନ୍ତୁ...

Rare munia birds were seized, bird smuggling in bhubaneswar,  bhubaneswar news, ମୁନିଆ ଚଢ଼େଇ, ଦୁର୍ଲଭ ମୁନିଆ ଚଢ଼େଇ, ଭୁବନେଶ୍ବରରୁ ବାଙ୍ଗାଲୋର ସପ୍ଲାଏ
ଚୋରା ଚାଲଣ ବେଳେ ଜବତ ହେଲେ ଦୁର୍ଲଭ ମୁନିଆ ଚଢ଼େଇ

ଭୁବନେଶ୍ବର: ରାଜଧାନୀରୁ ବିପୁଳ ସଂଖ୍ୟାରେ ଦୁର୍ଲଭ ମୁନିଆ ଚଢେଇ ଜବତ ହୋଇଛି । ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ଚଢାଉ ବେଳେ ଓଲ୍ଡଟାଉନରୁ ଜବତ ହୋଇଥିବା ଜଣା ପଡ଼ିଛି। ୧୫୦ରୁ ଉର୍ଦ୍ଧ୍ବ ଚଢେଇ ଜବତ ହେବା ସହ ୨ଜଣ ଗିରଫ ହୋଇଛନ୍ତି।

ଚୋରା ଚାଲଣ ବେଳେ ଜବତ ହେଲେ ଦୁର୍ଲଭ ମୁନିଆ ଚଢ଼େଇ

ଓଲ୍ଡଟାଉନର ହରଚଣ୍ଡିସାହିର ଜିତେନ କୁମାର ମହାପାତ୍ର ଓ ତାଙ୍କ ପୁଅ ଶ୍ବସ୍ତି ସୁନ୍ଦର ମହାପାତ୍ରକୁ ବନ୍ୟପ୍ରାଣୀ ସୁରକ୍ଷା ଆକ୍ଟ ୩୯-୯ ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଛି ସହର ବନଖଣ୍ଡ । ତେବେ ସୂଚନା ମୁତାବକ ବାଙ୍ଗାଲୋରରେ ଡିମାଣ୍ଡ ଦେଖି ପିପିଲିରୁ ଚଢେଇ ଆଣି ଭୁବନେଶ୍ବରରୁ ଚାଲାଣ ବେଳେ ସୂଚନା ପାଇଥିଲା ସିଟି ଫରେଷ୍ଟ ଡିଭିଜନ। ଏନେଇ ଓଲଡ ଟାଉନ ଅଞ୍ଚଳରେ ଚଢ଼ାଉ ବେଳେ ଗିରଫ ହୋଇଛନ୍ତି ଦୁଇ ବାପ ପୁଅ ।

ତେବେ ସଉକ ପାଇଁ ଏହି ଚଢେଇକୁ ଘରେ ରଖିଥାନ୍ତି ଅନେକ ବ୍ୟକ୍ତି। ଯାହାର ଡିମାଣ୍ଡ ଦେଖି ଚଢେଇ ଧରାଳି ୯୦ ଟଙ୍କାରେ ମିଡିଲମ୍ୟାନ ଦୁଇ ବାପ ପୁଅଙ୍କୁ ବିକ୍ରି କରନ୍ତି। ପରେ ଏମାନେ ଚଢେଇ ଗୋଟାକୁ ୨୦୦ରୁ ୩୦୦ଟଙ୍କାରେ ବେପାରିକୁ ବିକ୍ରି କରନ୍ତି, ଆଉ ସେହି ଚଢେଇ ୫୦୦ରୁ ୬୦୦ଟଙ୍କାରେ ବିକ୍ରି କରନ୍ତି ବ୍ୟବସାୟୀ । ଏକ ସୁରାକୁ ଆଧାର କରି ଏପରି ଦୁର୍ଲଭ ଚଢେଇ ଜବତ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details