ଓଡିଶା

odisha

ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ନାହିଁ ରାନିବିଜୁମାବ ଇଞ୍ଜେକ୍ସନ, ହନ୍ତସନ୍ତ ରୋଗୀ

ଚକ୍ଷୁ ରୋଗର ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଉପଲବ୍ଧ ନାହିଁ ରାନିବିଜୁମାବ ଇଞ୍ଜେକ୍ସନ । ଚିକିତ୍ସାରୁ ବଞ୍ଚିତ ରୋଗୀ । ଅଧିକ ପଢନ୍ତୁ

By

Published : Oct 4, 2022, 9:06 AM IST

କ୍ୟାପିଟାଲ ହସ୍ପିଟାଲରେ ନାହିଁ Ranibizumab Injection, ହନ୍ତସନ୍ତ ରୋଗୀ
କ୍ୟାପିଟାଲ ହସ୍ପିଟାଲରେ ନାହିଁ Ranibizumab Injection, ହନ୍ତସନ୍ତ ରୋଗୀ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ମିଳୁନି ଗୁରୁତ୍ବପୂର୍ଣ୍ଣ ବିଭାଗର ଇଞ୍ଜେକ୍ସନ । ଚକ୍ଷୁ ରୋଗର ଚିକିତ୍ସା ପାଇଁ ଉପଲବ୍ଧ ନାହିଁ ‘ରାନିବିଜୁମାବ’ ଇଞ୍ଜେକ୍ସନ(Ranibizumab Injection)। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଚକ୍ଷୁ ଚିକିତ୍ସା ପାଇଁ ହସ୍ପିଟାଲ ଆସୁଥିବା ରୋଗି ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲରେ (Capital Hospital)ଚକ୍ଷୁ ଜନିତ ସମସ୍ୟା ଥିବା ରୋଗୀଙ୍କୁ ମାଗଣାରେ ରାନିବିଜୁମାବ ଇଞ୍ଜେକ୍ସନ ଦିଆଯିବା ନେଇ ବ୍ୟବସ୍ଥା ରହିଥିବାବେଳେ, ଦୀର୍ଘ ଦୁଇ ବର୍ଷ ହେଲା ହସ୍ପିଟାଲରେ ଏହା ଉପଲବ୍ଧ ନାହିଁ । ଇଞ୍ଜେକ୍ସନ ମୂଲ୍ୟ ପାଖା ପାଖି ୩୦ରୁ ୪୦ ହଜାର ଟଙ୍କା ହୋଇଥିବାବେଳେ ବାହାର ମେଡିସିନ ଦୋକାନରୁ ଏହାକୁ କିଣିବାକୁ ସମର୍ଥ ମଧ୍ୟ ହେଉନାହାନ୍ତି ରୋଗୀଙ୍କ ସମ୍ପର୍କୀୟ ।

କ୍ୟାପିଟାଲ ହସ୍ପିଟାଲରେ ନାହିଁ Ranibizumab Injection, ହନ୍ତସନ୍ତ ରୋଗୀ

ଏହା ମଧ୍ୟ ପଢନ୍ତୁ-ବାଜିଲା ବିଗୁଲ, ନଭେମ୍ବର 3ରେ ଧାମନଗର ଉପନିର୍ବାଚନ

ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ଯେ, ''କ୍ୟାପିଟାଲ ହସ୍ପିଟାଲକୁ ଅନେକ ଜିଲ୍ଲାରୁ ରୋଗୀମାନେ ଆସିଥାନ୍ତି । ସାଧାରଣ ଲୋକେ ଏହି ଇଞ୍ଜେକ୍ସନ କିଣିବା ସମ୍ଭବପର ନୁହେଁ, କାହିଁକିନା ଏହାର ଦାମ ବହୁତ ଅଧିକ, ଅନେକ ରୋଗୀମାନେ ଏଥିପାଇଁ ହଇରାଣ ହେଉଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେଲେ ସାଧାରଣ ଜନତା ଉପକୃତ ହୋଇପାରିବେ ।''

ଏପଟେ କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗର ବରିଷ୍ଠ ଡାକ୍ତର ବିଭୁତି ପାଢୀ କହିଛନ୍ତି ଯେ, ''ପୂର୍ବରୁ ଏହି ମେଡ଼ିସିନ ଦିଆଯାଉଥିଲା, ଏବେ ଯେହେତୁ ମହଜୁଦ ନାହିଁ ତେଣୁ ଏହାକୁ ଏବେ କୌଣସି ରୋଗୀଙ୍କୁ ଦିଆଯାଉନାହିଁ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଇଞ୍ଜେକ୍ସନ, ଏହା ଦ୍ଵାରା ଜଣେ ଲୋକ ଦୃଷ୍ଟିଶକ୍ତି ପାଇପାରିବ, ଏହା ବହୁତ ମୂଲ୍ୟବାନ ଇଞ୍ଜେକ୍ସନ ଅଟେ, ତେଣୁ ରୋଗୀଙ୍କ ନିକଟରେ ବାହାରୁ କିଣିବା କଷ୍ଟକର ହୋଇପଡୁଛି । ପୂର୍ବରୁ ଏହା ମାଗଣାରେ ଦିଆଯାଉଥିଲା, କୌଣସି କାରଣରୁ ଏହା ବନ୍ଦ ରହିଛି ବୋଲି କହିଛନ୍ତି ଚକ୍ଷୁ ବିଭାଗର ବରିଷ୍ଠ ଡାକ୍ତର''।

ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକ ଦିଲୀପ କୁମାର ପଣ୍ଡା କହିଛନ୍ତି ଯେ, ''ବର୍ତ୍ତମାନ ଏହି ଇଞ୍ଜେକ୍ସନ ହସ୍ପିଟାଲ୍‌ରେ ନାହିଁ । ଏହାକୁ ନେଇ ଆମେ ବିଭାଗକୁ ଜଣାଇଛୁ, ଖୁବଶୀଘ୍ର ଏହା ହସ୍ପିଟାଲରେ ଉବଲବ୍ଧ ହେବାନେଇ ଆଶା କରାଯାଉଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ଗତ ୨ବର୍ଷ ହେବ ଏହି ଇଞ୍ଜେକ୍ସନ ହସ୍ପିଟାଲରେ ଉପଲବ୍ଧ ନଥିବାବେଳେ କାହିଁକି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନାହିଁ । ଚିକିତ୍ସାରୁ ବଞ୍ଚିତ ହୋଇ ଯଦି ଜଣେ ରୋଗୀ ଦୃଷ୍ଟି ଶକ୍ତି ହରାଏ ତେବେ ଏଥି ପାଇଁ ଦାୟୀ ରହିବ କିଏ?, ଖାଲି ଦେଖିବାକୁ ବାକି ରହିଲା ରାଜଧାନୀର ସବୁଠାରୁ ବଡ ସରକାରୀ ଡାକ୍ତରଖାନାରେ ରୋଗୀ କେବେ ପାଉଛନ୍ତି ଏହି ଇଞ୍ଜେକ୍ସନ ।

ABOUT THE AUTHOR

...view details