ଓଡିଶା

odisha

By

Published : Oct 29, 2021, 8:53 PM IST

ETV Bharat / city

ରମା ରମଣ ମହାନ୍ତି ହେଲେ ନୂଆ DMET

ବଦଳିଲେ ଡିଏମଇଟି (DMET) । ରମାରମଣ ମହାନ୍ତିଙ୍କୁ ମିଳିଲା ରାଜ୍ୟର ନୂଆ ଡିଏମଇଟି ଦାୟିତ୍ବ । ସିବିକେ ମହାନ୍ତିଙ୍କ ସ୍ଥାନରେ ରମାରମଣ ମହାନ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ...

ରମାରମଣ ମହାନ୍ତି ହେଲେ ନୂଆ ଡିଏମଇଟି
ରମାରମଣ ମହାନ୍ତି ହେଲେ ନୂଆ ଡିଏମଇଟି

ଭୁବନେଶ୍ବର: ବଦଳିଲେ ଡିଏମଇଟି (DMET) । ରମା ରମଣ ମହାନ୍ତିଙ୍କୁ ମିଳିଲା ରାଜ୍ୟର ନୂଆ ଡିଏମଇଟି ଦାୟିତ୍ବ । ସିବିକେ ମହାନ୍ତିଙ୍କ ସ୍ଥାନରେ ରମା ରମଣ ମହାନ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଅକ୍ଟୋବର 30 ତାରିଖରେ ସିବିକେ ମହାନ୍ତିଙ୍କର କାର୍ଯ୍ୟକାଳ ଶେଷ ହେବ । ଏହାପୂର୍ବରୁ କୋଭିଡ ସଂକ୍ରମଣ ଯୋଗୁଁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ୩ ଥର ବୃଦ୍ଧି କରାଯାଇଥିଲା ।

ରମାରମଣ ମହାନ୍ତି ହେଲେ ନୂଆ ଡିଏମଇଟି

ବର୍ତ୍ତମାନ ନୂଆ ଡିଏମଇଟି ନିଯୁକ୍ତି ହୋଇଛନ୍ତି ରମା ରମଣ ମହାନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ରମାରମଣ ମହାନ୍ତି ପୂର୍ବରୁ ବାରିପଦା ମେଡିକାଲରେ ଡିନ୍‌ ଦାୟିତ୍ବ ତୁଲାଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା କୋଭିଡ ସଂକ୍ରମଣ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇ ନାହିଁ ।

ଏଭଳି ସ୍ଥିତିରେ ନୂଆ ଡିଏମଇଟିଙ୍କ କାର୍ଯ୍ୟ କରିବା ତରିକା ଉପରେ ସଭିଁଙ୍କ ନଜର । ଏହି ସମୟ ରମା ରମଣ ମହାନ୍ତିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ନେଇ ଆଲୋଚନା ହେଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details