ଓଡିଶା

odisha

ETV Bharat / city

ଏଣିକି ସମ୍ବଲପୁରୀ ଡ୍ରେସ ପିନ୍ଧିବେ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ - ଡ୍ରେସ କୋଡ

ବଦଳିଲା ରମାଦେବୀ ବିଶ୍ବବିଦ୍ୟାଳୟ ଡ୍ରେସ କୋଡ । ସମ୍ବଲପୁରୀ ପୋଷାକରେ ନଜର ଆସିବେ ଛାତ୍ରୀ । ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଚାର କରିବା ପାଇଁ ଏହା ମଧ୍ୟ ସହାୟକ ହେବ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

By

Published : Jul 26, 2019, 7:11 PM IST


ଭୁବନେଶ୍ବର: ବଦଳିଲା ରମାଦେବୀ ବିଶ୍ଵବିଦ୍ୟାଳୟ ଡ୍ରେସ କୋଡ । ପାରମ୍ପାରିକ ସମ୍ବଲପୁରୀ ଡ୍ରେସ ପିନ୍ଧି ଆସିବେ ରମାଦେବୀ ଛାତ୍ରୀ । ସ୍ନାତକ ଛାତ୍ରୀ ସବୁଜ ରଙ୍ଗର ସମ୍ବଲପୁରୀ ପେଷାକ ପିନ୍ଧିବା ସହ ସ୍ନାତକତ୍ତୋର ଛାତ୍ରୀ ପିନ୍ଧିବେ ନାଲି ରଙ୍ଗର ପୋଷାକ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଏହି ପଦକ୍ଷେପ ରମାଦେବୀ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଆଯାଇ ଥିବା ଜଣାଯାଇଛି । ଏଭଳି ପୋଷାକ ପିନ୍ଧିଲେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ରାଜଧାନୀରେ ପ୍ରାୟ ସମୟରେ ଗୁଳୁଗୁଳି ହେଉଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି । ଆଉ ଏହି ସମୟରେ ଯଦି ଛାତ୍ରୀମାନେ ସୂତା କପଡା ପିନ୍ଧିବେ ତେବେ ଏହା ଦେହଁପାଇ ମଧ୍ୟ ଭଲ ରହିବ ବୋଲି ରମାଦେବୀ ବିଶ୍ଵବିଦ୍ୟାଳୟ ପିଜି ଚେୟାରମେନ ଡ଼ ସରିତା ସୁପକାର କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details