ଓଡିଶା

odisha

ରମାଦେବୀ ବିଶ୍ବ ବିଦ୍ୟାଳୟରେ ପାଳନ ହେଲା ବିଶ୍ବ ବନ୍ଧୁତ୍ବ ଦିବସ

By

Published : Aug 4, 2019, 2:28 AM IST

Updated : Aug 4, 2019, 9:48 AM IST

ବିଶ୍ବ ବନ୍ଧୁତ୍ବ ଦିବସ ପାଳନ କଲେ ରମାଦେବୀ ବିଶ୍ବ ବିଦ୍ୟାଳୟର ଛାତ୍ରୀ । ନାଚ ଗୀତରେ ଭରି ଉଠିଲା ପଡିଲା ରମାଦେବୀ ପରିସର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ସ୍ଥାନୀୟ ରମାଦେବୀ ବିଶ୍ବ ବିଦ୍ୟାଳୟରେ ଧୁମଧାମରେ ଛାତ୍ରୀ ପାଳନ କରିଛନ୍ତି ବନ୍ଧୁତ୍ବ ଦିବସ । ନିଜ ପ୍ରିୟ ବନ୍ଧୁଙ୍କ ହାତରେ ଫ୍ରେଣ୍ଡସିପ ଡେ ବ୍ୟାଣ୍ଡ ବାନ୍ଧି ବନ୍ଧୁତ୍ବ ଦିବସ ପାଳନ କରିଛନ୍ତି । ଏହି ଦିବସଟିକୁ ସାଧାରଣ ଲୋକଙ୍କ ଠାରୁ ନେଇ ଓଲିଉଡ ଓ ବଲିଉଡ ସେଲିବ୍ରିଟି ମଧ୍ୟ ଖୁବ୍ ମଜାମସ୍ତିରେ ସେଲିବ୍ରେଟ କରିଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରିୟଲ ଲାଇଫ ହେଉ କିମ୍ବା ରିଲ ଲାଇଫ ସମସ୍ତଙ୍କ ଜୀବନରେ ରହିଛି ବନ୍ଧୁଙ୍କ ପାଇଁ ଖାସ ସ୍ଥାନ । ଅନେକ ଯୁଗରୁ ଅଗଷ୍ଟ ମାସର ପ୍ରଥମ ରବିବାର ଦିନଟିକୁ ଫ୍ରେଣ୍ଡସିପ ଡେ ରୂପେ ପାଳନ କରାଯାଉଛି । ଏହି ଦିବସରୁ ବାଦ ପଡିନାହାଁନ୍ତି ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟର ଛାତ୍ରୀମାନେ ।

ନିଜ ନିଜ ବନ୍ଧୁଙ୍କ ସହ କେକ କାଟି ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧି ସେଲିବ୍ରେଶନ ମୁଡରେ ନଜର ଆସିଛନ୍ତି ଛାତ୍ରୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Aug 4, 2019, 9:48 AM IST

ABOUT THE AUTHOR

...view details