ଭୁବନେଶ୍ବର:ଅନଲାଇନ ପରୀକ୍ଷା ଦାବି ନେଇ ରମାଦେବୀ ବିଶ୍ବବିଦ୍ୟାଳୟ କୂଳପତିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୁଷ୍ଟ ଛାତ୍ରୀ । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ତୃତୀୟ ବର୍ଷର ଶତାଧିକ ଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ସମସ୍ତ ପରୀକ୍ଷା କରାଯିବାକୁ ବାରମ୍ବାର ଦାବି କରିଥିଲେ । ତେବେ ଏହାକୁ ନେଇ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ବର୍ତ୍ତମାନ ସୁଦ୍ଧା ପରୀକ୍ଷାକୁ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ରମାଦେବୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।
କୋଭିଡ ମହାମାରୀ ସମୟରେ ଅନଲାଇନ କ୍ଲାସ କରାଯାଇଥିଲା । ତେବେ ଏହି ସମୟରେ ଯେଉଁଭଳି ଢଙ୍ଗରେ ପାଠପଢ଼ା ହୋଇଥିଲା ତାହା ପାଠ ନବୁଝିବା ସଙ୍ଗେ ସମାନ ବୋଲି ଛାତ୍ରୀ ଅଭିଯୋଗ କରିଛନ୍ତି । ସୀମିତ ସମୟରେ ଏତେ ମାତ୍ରାରେ ସିଲାବସ ସମ୍ପୁର୍ଣ୍ଣ କରିବା ସମ୍ଭବ ହେବନାହିଁ । ଏଥିପାଇଁ ଅଫ୍ଲାଇନ୍ ବଦଳରେୈ ଅନଲାଇନ ପରୀକ୍ଷା କରିବାକୁ ଦାବି ହୋଇଛି । ଏହାକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟ କୂଳପତିଙ୍କ କାର୍ଯ୍ୟାଳୟ ଘେରିବା ସହ ଧାରଣାରେ ବସିଛନ୍ତି ଅସନ୍ତୁଷ୍ଟ ଛାତ୍ରୀ ।