ଓଡିଶା

odisha

ETV Bharat / city

ଲେବଲ କ୍ରସିଂରେ ଚାଲିଥିଲା କୋଟିଏ ଟଙ୍କାର ବ୍ରାଉନସୁଗାର ଡିଲ୍, ଧରିଲା STF - ବ୍ରାଉନସୁଗାର ଜବତ

ପୁଣି ଏସଟିଏଫ ଟିମ୍ ହାତରେ ଲାଗିଲା ଡ୍ରଗ୍ସ ମାଫିଆ ଗ୍ୟାଙ୍ଗ । ଧରାପଡିଲା ରକିବୁଲ ଲସ୍କର ଓ ତାର ସହଯୋଗୀ । ରସୁଲଗଡ ଲେବଲ କ୍ରସିଂରେ ଡିଲ ବେଳେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ । ଅଧିକ ପଢନ୍ତୁ...

STF କୁ ସଫଳତା: କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, 2 ଗିରଫ
STF କୁ ସଫଳତା: କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, 2 ଗିରଫ

By

Published : Sep 14, 2021, 2:12 PM IST

ଭୁବନେଶ୍ବର: ବ୍ରାଉନସୁଗାର ବେପାରର ହବ୍ ପାଲଟୁଛି ରାଜଧାନୀ । ଆଜି(ମଙ୍ଗଳବାର) ପୁଣି ଏସଟିଏଫ ହାତରେ ଧରାପଡିଛି ଇଣ୍ଟର ଷ୍ଟେଟ ଡ୍ରଗ୍ସ ମାଫିଆ ଗ୍ୟାଙ୍ଗ । ରସୁଲଗଡ ଲେବଲ କ୍ରସିଂରେ ଡିଲ ବେଳେ ଧରିଲା ଏସଟିଏଫ୍ ଟିମ୍ ।

ସୂଚନା ଅନୁଯାୟୀ ଭୁବନେଶ୍ବର ସ୍ଥିତ ରସୁଲଗଡ ଲେବଲ କ୍ରସିଂ ନିକଟରେ ଡ୍ରଗ୍ସ କାରବାର ଚାଲିଥିବା ବେଳେ ଚଢାଉ କରିଛି ଏସଟିଏଫ ଟିମ୍ । ଏଥିରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇ ଥିବାବେଳେ ୧ କେଜି ୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଗିରଫ ୨ ଅଭିଯୁକ୍ତ ପଶ୍ଚିମବଙ୍ଗର ରକିବୁଲ ଲସ୍କର ଓ ସୁଧନ୍ୟା ଗାୟେନ ବୋଲି ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୂମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ।

ତଥ୍ୟ ଅନୁଯାୟୀ ୨୦୨୦ରୁ ଏଯାବତ ଏସଟିଏଫ ରାଜ୍ୟର ବିଭିନ୍ନ ସ୍ଥାନରୁ ୪୦ କେଜି ବ୍ରାଉନସୁଗାର ସହ ୮୬ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି । ଏଥସହ ୧୦୦ରୁ ଉର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details