ଭୁବନେଶ୍ବର: ରାଜ୍ୟରେ ସ୍ବାଧୀନତା ଦିବସ ପାଳନ ସହ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଜୋରସୋରରେ ପାଳନ ହୋଇଛି । ଏଥିପାଇଁ ସ୍ମାର୍ଟସିଟି ଭୁବନେଶ୍ବରରେ ହୋଇଛି ଚଳଚଞ୍ଚଳ । ଘରେ ଘରେ ମିଠାର ଆସର ସହ ରାକ୍ଷୀ ବାନ୍ଧୁଛନ୍ତି ଭଉଣୀମାନେ ।
ପାରମ୍ପରିକ ବିଧିବିଧାନରେ ପାଳିତ ରକ୍ଷା ବନ୍ଧନ - ସ୍ବାଧିନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା
ରାଜ୍ୟରେ ପାଳିତ ହେଉଛି ସ୍ବାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଅରୁଆ ଚାଉଳ, ଦୁବ ସହ ରକ୍ଷାର ପ୍ରତିଶୃତି ମାଗୁଛି ଭଉଣୀ । ଅନ୍ୟପକ୍ଷେ ଜଗତର ନାଥ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ସୁନା ଭଉଣୀ ସୁଭଦ୍ରା । ଆଧୁନିକତାର ଏହି ଦୁନିଆରେ ଓଡିଆ ପରମ୍ପରା ମଧ୍ୟ ବଞ୍ଚିରହିଛି । ରାକ୍ଷୀ ପୂର୍ଣ୍ଣିଆ ଏହାର ଏକ ନିଚ୍ଛକ ଉଦାହରଣ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ