ଓଡିଶା

odisha

ETV Bharat / city

ରାଜ୍ୟସଭା ନିର୍ବାଚନକୁ ନେଇ ବଢୁଛି ଚର୍ଚ୍ଚା; ଏମିତି କହିଲେ 3 ଦଳ - ବିଜେପି ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ

ରାଜ୍ୟସଭା ନିର୍ବାଚନକୁ ନେଇ ବଢୁଛି ଚର୍ଚ୍ଚା । କିଏ ହେବେ କେଉଁ ଦଳର ପ୍ରାର୍ଥୀ । ବର୍ତ୍ତମାନ ଯାଏଁ କଣ ରହିଛି ରଣନୀତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Rajyasabha electio
Rajyasabha electio

By

Published : Mar 1, 2020, 7:52 PM IST

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଯେତେ ନିକଟତର ହେଉଛି ରାଜନୈତିକ ଦଳଙ୍କ ମଧ୍ୟରେ ସେତେ ନୂଆ ନୂଆ ଚର୍ଚ୍ଚା ବଢୁଛି । 4ଟି ଆସନରୁ 3 ଟି ରେ ଚିତ୍ର ସ୍ପଷ୍ଟ ହୋଇଥିବା ବେଳେ ଚତୁର୍ଥ ଆସନ କିଏ ଦଖଲ କରିବ ବିଜେଡି ବିଜେପି, କଂଗ୍ରେସ ନା ଅଣ ରାଜନୈତିକ ବ୍ୟକ୍ତି ବିଶେଷ ।

ରାଜ୍ୟସଭା ନିର୍ବାଚନକୁ ନେଇ ବଢୁଛି ଚର୍ଚ୍ଚା; ଏମିତି କହିଲେ 3 ଦଳ

ରବିବାର ଏହାକୁ ନେଇ 3 ଦଳ ମାପି ଚୁପି ମନ୍ତବ୍ୟ ଦେଇଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ମତେ ସୁପ୍ରିମୋ କହିଥିଲେ । ଗଣମାଧ୍ୟମ ଆଗରେ ଘୋଷଣା କରିଥିଲେ । ମୁଁ ଆଶାୟୀ । ସୁପ୍ରିମୋ ଯାହା ନିଷ୍ପତି ନେବେ ମୁଁ ସମର୍ଥନ କରିବ । ନବୀନଙ୍କୁ ପ୍ରଭାବିତ କରିବା ଢଙ୍ଗରେ ଭଗବାନ ଓ ସଇତାନର ଉପାଖ୍ୟାନ ରଖିଛନ୍ତି ।

ସେହିପରି ବିଜେପି ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି ବିଜେପି ଏକ ଜାତୀୟ ଦଳ । ଦଳର ଶେଷ ନିଷ୍ପତି ସଂସଦୀୟ କମିଟି ନେଇଥାଏ । ରାଜ୍ୟସଭା ନିର୍ବାଚନକୁ ନେଇ ବର୍ତ୍ତମାନ ସୁଦ୍ଧା ଦଳରେ କୌଣସି ନିଷ୍ପତି ହୋଇନାହିଁ । ଦଳର ଶୀର୍ଷ ନେତୃତ୍ବ ଯାହା ନିଷ୍ପତି ନେବେ ରାଜ୍ୟ ଶାଖା ତାହାକୁ ଗ୍ରହଣ କରିବ ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଆମ ଦଳରେ ନାମାଙ୍କନ ଦାଖଲ ପାଇଁ ମଧ୍ୟ ସଂଖ୍ୟା ନାହିଁ । ବିଜୟ ତ ଦୂରର କଥା । ତେବେ ଦଳ କାହାକୁ ସମର୍ଥନ କରିବ ନା ବିକଳ୍ପ ପନ୍ଥା ଗ୍ରହଣ କରିବ ନିଷ୍ପତି ହୋଇନାହିଁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details