ଓଡିଶା

odisha

ETV Bharat / city

ମନକଥା କହିଲେ ପାଟ୍ଟଶାଣୀ, ନିରାଶ କରିବେନି ନବୀନ

ରାଜ୍ୟସଭା ଯିବାପାଇଁ ନେତାଙ୍କ ମଧ୍ୟରେ ଆରମ୍ଭ ହେଲାଣି ପ୍ରତିଯୋଗିତା । କିଏ ନବୀନଙ୍କ ଗୁଣଗାନ କରି ଲବି କରୁଛି ତ କିଏ ଛାମୁଆ ନେତାଙ୍କ ଶରଣ ନେଇଛି । ଆଉ ପ୍ରତିଶୃତି ପାଇଥିବା ନେତା ବିନ୍ଦାସ ଅଛନ୍ତି । ସେମାନଙ୍କର ବିଶ୍ବାସ ପ୍ରତିଶୃତି ପାଳନ ହେବ । ଏନେଇ କଣ କହୁଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ପଢନ୍ତୁ ସଂପୂର୍ଣ୍ଣ ...

By

Published : Jan 14, 2020, 5:28 PM IST

Rajyasabha candidate
Rajyasabha candidate

ଭୁବନେଶ୍ବର: ଆସନ୍ତା ଏପ୍ରିଲରେ ରାଜ୍ୟରେ ଖାଲି ହେଉଥିବା 3ଟି ଆସନରେ ହେବ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭାକୁ ନେଇ ଏବେ ବିଜେଡି ରାଜନୀତିରେ ଆରମ୍ଭ ହୋଇଛି ଅଙ୍କକଷା । କିଏ ଯିବେ କିଏ ରହିବେ । ନବୀନ କାହାକୁ ବିଶ୍ବାସକୁ ନେଇ ଉଚ୍ଚସଦନକୁ ପଠାଇବେ ତାହା ଏବେ ବି ଅସମାହିତ ପ୍ରଶ୍ନ ।

ମୁଁ ଆଶାବାଦୀ, ବିଶ୍ବାସ ଅଛି ନବୀନ ପ୍ରତିଶୃତି ରଖିବେ

କିନ୍ତୁ ରାଜ୍ୟସଭା ଯିବାପାଇଁ ଦଳର 3ଶହରୁ ଉର୍ଦ୍ଧ୍ବ ନେତା ଆଶାୟୀ ଅଛନ୍ତି । ଏହି ଆଶୟୀଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । 2019 ସାଧାରଣ ନିର୍ବାଚନରେ ଦଳ ପ୍ରସନ୍ନଙ୍କୁ ଟିକେଟ ନଦେଇ ରାଜ୍ୟସଭା ପଠାଇବାକୁ ପ୍ରତିଶୃତି ଦେଇଥିଲେ । ଏବେ ନବୀନ ପ୍ରତିଶୃତି ପାଳନ କରିବେ ବୋଲି ପ୍ରସନ୍ନ ଆଶାବାଦୀ ଅଛନ୍ତି । ମଙ୍ଗଳବାର ପ୍ରସନ୍ନ ଖୋଲାଖୋଲି ନିଜ ମନ କଥା କହିଛନ୍ତି । ପ୍ରସନ୍ନ କହିଛନ୍ତି ମୁଁ ଆଶାବାଦୀ । ନବୀନ ତାଙ୍କ ପ୍ରତିଶୃତି ପାଳନ କରିବେ । ମୋର ବିଶ୍ବାସ ନବୀନ ନିରାଶ କରିବେ ନି ବୋଲି କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।


ତେବେ ଏଠି ପ୍ରଶ୍ନ ଉଠୁଛି ନବୀନ କ’ଣ ତାଙ୍କ ପ୍ରତିଶୃତି ରକ୍ଷାକରିବେ ନା ସାଂପ୍ରତିକ ରାଜନୈତିକ ସ୍ଥିତି ଦେଖି କିଛି ମାଷ୍ଟରଷ୍ଟ୍ରୋକ ଖୋଳିବେ । 2019 ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପ୍ରସନ୍ନ ପାଟ୍ଟଶାଣୀ ଓ ବ୍ରହ୍ମପୁରର ତତ୍କାଳୀନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଟିକେଟ ନଦେଇ ରାଜ୍ୟସଭା ପଠାଇବାକୁ ପ୍ରତିଶୃତି ଦେଇଥିଲା । ତେବେ ନବୀନ କେତେଦୂର ପ୍ରତିଶୃତି ପାଳନ କରୁଛନ୍ତି ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details