ଓଡିଶା

odisha

ETV Bharat / city

ରାଜଶ୍ରୀ ହେଲେ ଲୋକସଭା ପ୍ରାର୍ଥୀ, ତିର୍ତ୍ତୋଲ ଉପରେ ବିଷ୍ଣୁଙ୍କ ନଜର

ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି । ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ଆଖି ବର୍ତ୍ତମାନ ତିର୍ତ୍ତୋଲ ଉପରେ ।

By

Published : Mar 28, 2019, 6:57 PM IST

Updated : Mar 28, 2019, 7:32 PM IST

ଫଟୋ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ୱର

ଭୁବନେଶ୍ୱର: ଜଗତସିଂହପୁର ଲୋକସଭା ପାଇଁ ତିର୍ତ୍ତୋଲ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏଣୁ ବର୍ତ୍ତମାନ ତିର୍ତ୍ତୋଲ ବିଧାନସଭା ଉପରେ ନଜର ରଖିଥିବା ବିଷ୍ଣୁ ଦାସଙ୍କ ରାସ୍ତା ସଫା ବୋଲି ଚର୍ଚ୍ଚା ହେଉଛି । ତେବେ ବିଷ୍ଣୁ-ରାଜଶ୍ରୀ ଶୀତଳ ଯୁଦ୍ଧ ଆଗକୁ କଣ ଫଳ ଆଣୁଛି ଏହା ଉପରେ ସମସ୍ତଙ୍କ ନଜର ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ୱର

ଲୋକସଭା ପ୍ରାର୍ଥୀ ଘୋଷଣା ହେବାପରେ ରାଜଶ୍ରୀଙ୍କ ଖୁସି କହିଲେ ନସରେ । ତାଙ୍କ ମନରେ ତିଳେ ମାତ୍ର ଦୁଃଖ ନଥିବା ସେ ପ୍ରକାଶ କରିଛନ୍ତି । ଜଗତସିଂହପୁର ଭଳି ସମ୍ମାନଜନକ ଲୋକସଭା ଆସନରେ ପ୍ରାର୍ଥୀ ହେବା ବଡ଼ ଗୌରବର ବିଷୟ ଏବଂ ଏଥିପାଇଁ ସେ ଦଳର ସୁପ୍ରିମୋ ଓ ସମସ୍ତ ଶୁଭେଚ୍ଛୁଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

ତେବେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ସହ ଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ରାଜଶ୍ରୀ । ସେ ଜଣାଇଛନ୍ତି ଯେ ‘ପ୍ରତି ଦଳରେ ମତାନ୍ତର ଏକ ସାଧାରଣ କଥା । ମୁଁ ବି ଦଳରେ ଅଛି ସେ ବି ଦଳରେ ରହିଛନ୍ତି । ତେଣୁ ବେଶୀ କିଛି ଅସୁବିଧା ହେବନାହିଁ ’। ଜଗତସିଂହପୁର ଜିଲ୍ଲାରେ ବିଜେଡି ଭଲ ପ୍ରଦର୍ଶନ କରିବ ଏବଂ ତିର୍ତ୍ତୋଲରେ ଯିଏ ବି ପ୍ରାର୍ଥୀ ହେବେ ତାଙ୍କୁ ସହଯୋଗ କରିବେ ବୋଲି ରାଜଶ୍ରୀ ଜଣାଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ ବିଷ୍ଣୁ ଦାସ ଏବେ ବି ଟିକେଟ ଲବିରେ ଅଛନ୍ତି । ଏଯାଏଁ ତାଙ୍କୁ ତିର୍ତ୍ତୋଲ ଲାଗି ସବୁଜ ସଙ୍କେତ ମିଳିନାହିଁ ।

ଭୁବନେଶ୍ୱରରୁ ଅଜିତ ଦାସ, ଇଟିଭି ଭାରତ

Last Updated : Mar 28, 2019, 7:32 PM IST

For All Latest Updates

ABOUT THE AUTHOR

...view details