ଓଡିଶା

odisha

ETV Bharat / city

ରେଳଷ୍ଟେସନ କାଉଣ୍ଟରରେ ଆରମ୍ଭ ହେଲା ରିଜର୍ଭ ଟିକେଟ ବୁକିଂ

ଆରମ୍ଭ ହୋଇଯାଇଛି ରେଳବିଭାଗର ଟିକେଟ କାଉଣ୍ଟରରେ ରିଜର୍ଭ ଟିକେଟ ବୁକିଂ । ଭୁବନେଶ୍ବର, କଟକ, ଖୋର୍ଦ୍ଧା, ସମ୍ବଲପୁର, ରାଉରକେଲା, କୋରାପୁଟ ଓ ବ୍ରହ୍ମପୁର ଆଦି ଭଳି ସହରରେ ଅଫଲାଇନ ଟିକେଟ ଉପଲବ୍ଧ କରାଯାଉଛି । ତେବେ ଟିକେଟ କାଉଣ୍ଟରରେ ସାମାଜିକ ଦୂରତା ରକ୍ଷା କରି ଟିକେଟ କିଣାଯାଉଛି ।

By

Published : May 22, 2020, 12:48 PM IST

ରେଳ କାଉଣ୍ଟରରେ ଆରମ୍ଭ ହେଲା ରିଜର୍ଭ ଟିକେଟ ବୁକିଂ
ରେଳ କାଉଣ୍ଟରରେ ଆରମ୍ଭ ହେଲା ରିଜର୍ଭ ଟିକେଟ ବୁକିଂ

ଭୁବନେଶ୍ବର: ରେଳଷ୍ଟେସନ ଟିକେଟ କାଉଣ୍ଟରରେ ଆରମ୍ଭ ହେଲା ରିଜର୍ଭ ଟିକେଟ ବୁକିଂ । ଆଜି ଠାରୁ ରେଳବିଭାଗର ଟିକେଟ କାଉଣ୍ଟରରେ ଆରମ୍ଭ ହୋଇଯାଇଛି ଟିକେଟ ସେବା । ଦେଶର ବଛାବଛା ରେଳ ଷ୍ଟେସନରେ ଅଫଲାଇନରେ ଆରମ୍ଭ ହୋଇଛି ଟିକେଟ ବୁକିଂ । 2ମାସ ଧରି କାଉଣ୍ଟରରେ ବନ୍ଦ ରହିଥିଲା ଏହି ଟିକେଟ ସେବା ।

ରେଳ କାଉଣ୍ଟରରେ ଆରମ୍ଭ ହେଲା ରିଜର୍ଭ ଟିକେଟ ବୁକିଂ

ସଂରକ୍ଷିତ ଟିକେଟ କାଉଣ୍ଟର ସକାଳ 8 ଟା ସମୟରେ ଖୋଲାଯାଇଥିଲା । ଯାତ୍ରୀମାନେ ଟିକେଟ କିଣିବା ଆରମ୍ଭ କରିଛନ୍ତି । କିନ୍ତୁ କାଉଣ୍ଟରରେ ଟିକେଟ ରହିଥିଲେ ମଧ୍ୟ ବହୁତ କମ ଲୋକ ଆସିଥିବା ଦେଖିବାକୁ ମିଳିଥିଲା । ଦିନରେ ଅଧିକ ଲୋକ ଆସିବେ ବୋଲି ଆଶା କରାଯାଉଛି । ଭୁବନେଶ୍ବର ଷ୍ଟେସନରେ ଟିକେଟ କିଣୁଥିବା ବେଳେ ବହୁତ କାମ ଲୋକ କିଣିଥିବା ଜଣାପଡିଛି । ତେବେ ଟିକେଟ କାଉଣ୍ଟରରେ ସାମାଜିକ ଦୂରତା ରକ୍ଷା କରି ଟିକେଟ କିଣାଯାଉଛି । ଅନେକ ଲୋକ ଅଭିଯୋଗ ଆଣିଛନ୍ତି କି ଟିକେଟ କାଉଣ୍ଟରେ ଟିକେଟ ଉପଲବ୍ଧ ନାହିଁ । ଅନେକ ଟିକେଟ ଭୁବନେଶ୍ବରରୁ ମିଳୁନାହିଁ । ଯାହା ହାୱାଡାରୁ ଟିକେଟ ରିଜର୍ଭ କରିବାକୁ ପଡୁଛି । ଅନଲାଇନ ଅପେକ୍ଷା ଅଫଲାଇନରେ ଟିକେଟ କରାଯାଉଥିବାରୁ ବହୁତ ଲୋକ ଉପକୃତ ହେଉଛନ୍ତି । ଭୁବନେଶ୍ବରର ରେଳ କାଉଣ୍ଟରରୁ ପାଖାପାଖି 20ରୁ ଉର୍ଦ୍ଧ୍ବ ଲୋକ ଟିକେଟ ନେଇଛନ୍ତି ।

ଅଧିକାଂଶ ଲୋକମାନେ ଅନଲାଇନରେ ଟିକେଟ ହେଉଥିବା ବେଳେ ଗଣମାଧ୍ୟମରେ ସମ୍ବାଦ ଦେଖି କାଉଣ୍ଟରରୁ ଟିକେଟ ପାଇଁ ଆସୁଛନ୍ତି । କେନ୍ଦ୍ର ରେଳମନ୍ତ୍ରଣାଳୟ ପକ୍ଷରୁ 230 ଟ୍ରେନ ପାଇଁ ଟିକେଟ ଉପଲବ୍ଧ କରାଯାଇଛି । ପୂର୍ବରୁ ସ୍ବତନ୍ତ୍ର ଟ୍ରେନ ଦେଶରେ ଅନେକ ସହର ମଧ୍ୟ ଦେଇ ଚାଲୁଥିଲା । ଯାହା ଏବେ ସମ୍ପୁର୍ଣ୍ଣ ରୂପେ ଅଧିକାଂଶ ରିଜର୍ଭ ଟ୍ରେନ ଚାଲିବ । ଏନେଇ ରାଜ୍ୟରେ ରହିଥିବା ଭୁବନେଶ୍ବର, କଟକ, ଖୋର୍ଦ୍ଧା, ସମ୍ବଲପୁର, ରାଉରକେଲା, କୋରାପୁଟ ଓ ବ୍ରହ୍ମପୁର ଆଦି ଭଳି ସହରରେ ଟିକେଟ ଉପଲବ୍ଧ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details