ଭୁବନେଶ୍ବର: ଆମ ପେଟରୁ ଦାନ ଛଡାଇଲେ ସରକାର । ଭୁବନେଶ୍ବର ରେଲୱେ ଷ୍ଟେସନରେ ବୁଲା ବେପାରୀଙ୍କ ପ୍ରବେଶକୁ ବାରଣ ପରେ ପ୍ରତିବାଦ ଜଣାଇବା ସହ ଏଭଳି କହିଛି ଭୁବନେଶ୍ବର ରେଲୱେ ହକର୍ସ ମଜଦୁର ସଙ୍ଘ । ଏହାସହ ଯଦି ଆଗାମୀ ଦିନରେ ସରକାର ଏହା ଉପରେ କିଛି ବିଚାର ନ କରନ୍ତି ତେବେ ଅଗଷ୍ଟ 10ରେ ରାଜରାସ୍ତାରେ ଧାରଣା ଦେବୁ ବୋଲି ସଂଘ କହିଛି ।
‘ଆମ ପେଟରୁ ଦାନା ଛଡାଇଲେ ସରକାର’
ଆମ ପେଟରୁ ଦାନ ଛଡାଇଲେ ସରକାର । ଭୁବନେଶ୍ବର ରେଲୱେ ଷ୍ଟେସନରେ ବୁଲା ବେପାରୀଙ୍କ ପ୍ରବେଶକୁ ବାରଣ ପରେ ପ୍ରତିବାଦ ଜଣାଇବା ସହ ଏଭଳି କହିଛି ଭୁବନେଶ୍ବର ରେଲୱେ ହକର୍ସ ମଜଦୁର ସଙ୍ଘ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଦିନକୁ ଦିନ ଟ୍ରେନ ଭିତରେ ଘଟୁଥିବା ଚୋରି ଘଟଣାକୁ ରେକିବା ପାଇଁ କିଛି ଦିନ ପୂର୍ବରୁ ରେଲୱେ ପ୍ରଶାସନ ଟ୍ରେନ ଭିତରେ ଆଉ କୌଣସି ବୁଲା ବେପାରୀ ପଶି ପାରବେ ନାହିଁ ନିଷ୍ପତ୍ତି ନେଇଥିଲା । ଯାହାର ପ୍ରଭାବରେ ଭୁବନେଶ୍ବର ରେଲୱେ ଷ୍ଟେସନରେ ବୁଲା ବେପାରୀଙ୍କ ପ୍ରବେଶକୁ ବାରଣ କରାଯାଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ