ଓଡିଶା

odisha

ETV Bharat / city

ରେଳ ବିଭାଗର ବଡ଼ ନିଷ୍ପତି; ଏଣିକି ରେଳଫାଟକରେ କରିବାକୁ ପଡିବନି ଅପେକ୍ଷା - ରେଲୱେ ଲେବଲ୍ କ୍ରସିଂ

ରେଳ ପାଇଁ ବାଧା ସାଜିବେନି ସାଧାରଣ ଲୋକେ । ଲୋକଙ୍କ ପାଇଁ ମଧ୍ୟ ବାଧକ ହେବନି ରେଳ । ଏନେଇ ରେଳ ବିଭାଗ ନେଇଛି ନୂଆ ନିଷ୍ପତି । ସବଓ୍ବେ କିମ୍ବା ଓଭର ଏବଂ ଅଣ୍ଡର ବ୍ରିଜ ଭଳି ବ୍ୟବସ୍ଥା ନିର୍ମାଣ କରିବ ରେଲୱେ ।

lavel-crossing
lavel-crossing

By

Published : Jan 14, 2020, 10:47 PM IST

ଭୁବନେଶ୍ବର: ଏଣିକି ରେଳ ଲାଇନ ପାରି ହେଉଥିବା ଲୋକଙ୍କୁ ରେଳ ଯାଉଥିବା ସମୟରେ ଆଉ ରାସ୍ତାରେ ଅପେକ୍ଷା କରିବାକୁ ପଡିବନି । ବିଭାଗ ପକ୍ଷରୁ ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏବେ ଲୋକ ରେଳ ଲାଇନ ତଳେ କିମ୍ବା ଉପରେ ଯିବେ । ଲୋକଙ୍କ ପାଇଁ ରେଳ ଲାଇନ ବାଧକ ହେବନି କିମ୍ବା ରେଳ ପାଇଁ ଲୋକ ବାଧକ ହେବେନି ।

ରେଳ ବିଭାଗର ବଡ଼ ନିଷ୍ପତି; ରେଲୱେ ଲେବଲ୍ କ୍ରସିଂ ହେବ ସବ-ଓ୍ଵେ

ରାଜ୍ୟରେ ୭୦ ଟି ସ୍ଥାନରେ ରେଳ ଲାଇନ ଦେଇ ଜାତୀୟ ଏବଂ ରାଜ୍ୟ ରାଜପଥ ଯାଇଛି । ଏସବୁ ସ୍ଥାନରେ ସବଓ୍ବେ କିମ୍ବା ଓଭର ଏବଂ ଅଣ୍ଡର ବ୍ରିଜ ଭଳି ବ୍ୟବସ୍ଥା ନିର୍ମାଣ କରିବ । ଏହାର ସମସ୍ତ ଖର୍ଚ୍ଚ ରେଳବାଇ ବହନ କରିବ । ଏନେଇ ଓଡିଶା ସରକାରଙ୍କ ଅନୁମତି ଲୋଡିଛି ରେଳବାଇ ବିଭାଗ । ସେପଟେ ଏଦିଗରେ ରେଳବାଇକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପୂର୍ତ୍ତ ବିଭାଗ । ଦକ୍ଷିଣ-ପୂର୍ବ ରେଳବାଇ ତରଫରୁ ଆରମ୍ଭ କରାଯାଉଛି ଏହି କାର୍ଯ୍ୟ।

ସେହିପରି ରେଳପଥ ମଧ୍ୟ ଦେଇ ଯାଇ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ପଥରେ ହେବ ପରିବର୍ତ୍ତନ । ଏଥି ପାଇଁ ୭୦ ଟି ସ୍ଥାନ ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ଅନୁମତି ଲୋଡିଛି ରେଳବାଇ ବିଭାଗ । ଏ ଦିଗରେ ରେଲବାଇକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପୂର୍ତ୍ତ ବିଭାଗ । ଟ୍ରାଫିକ ଜନିତ ସମସ୍ୟାକୁ ରୋକିବା ପାଇଁ ରେଳ ବିଭାଗ ଏଭଳି ନିଷ୍ପତ୍ତି ନେଉଥିବା କହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details