ଭୁବନେଶ୍ବର: ଲଘୁଚାପ ବର୍ଷା ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷ ଭାବରେ ପୂର୍ବତଟ ରେଳବାଇର ପଲାସା ଓ ବିଜୟନଗରମ ଅଞ୍ଚଳରେ ଟ୍ରେନ ଚଳାଚଳରେ ବାଧା ଉପୁଜିଛି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ତେବେ ଲଘୁଚାପ ବର୍ଷାରେ ବିଜୟନଗରମ୍ ସହରର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଡ୍ରେନ ପାଣି ରେଳ ଷ୍ଟେସନରେ ପସି ଆସିଛି। ଯାହା ଫଳରେ ଟ୍ରାକରେ ଦୀର୍ଘ ସମୟ ଧରି ପାଣି ଜମି ରହିଛି। ସେହିଭଳି ପଲାସାରେ ମଧ୍ୟ ଟ୍ରାକ ଉପରେ ପାଣି ଜମି ରହିଛି ।
ଏପଟେ ଲଘୁଚାପ ବର୍ଷା ପାଇଁ ଭୁବନେଶ୍ବର ଭିଶାଖାପାଟନମ୍ ଇଣ୍ଟରସିଟି ଏକ୍ସପ୍ରେସ ଚଳାଚଳ ବନ୍ଦ ରହିଥିବା ବେଳେ ଏହାର ଦିଗ ପରିବର୍ତ୍ତନ କରି ଶ୍ରୀକାକୁଲମ ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ କରୁଛି।
ଏହାସହ ଭିଶାଖାପାଟନମରୁ ବ୍ରହ୍ମପୁର ଓ ବ୍ରହ୍ମପୁରରୁ ଭିଶାଖାପଟନାମ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିଛି। ଅଧିକ ବର୍ଷା ପାଇଁ ଆଗାମୀ ସମୟରେ ରେଳ ଚଳାଚଳ ବନ୍ଦ ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବରରୁ ବିକାଶ ଦାସ ଓ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ