ଓଡିଶା

odisha

ETV Bharat / city

ବନ୍ଧୁକ ଡିଲ୍‌ବେଳେ ଚଢାଉ, 6 ଗିରଫ

ଶିଶୁପାଳଗଡରେ ବନ୍ଧୁକ କାରବାର ଡିଲ ହେଉଥିବାବେଳେ ଏସଟିଏଫ (ସ୍ପେଶାଲ ଟାକ୍ସ ଫୋର୍ସ) ହାତରେ ଧରାପଡିଛନ୍ତି ୬ ଅଭିଯୁକ୍ତ । ଗତ ଗୁରୁବାର ବନ୍ଧୁକ ଡିଲର ସୂଚନା ପାଇ ଚଢାଉ କରିଥିଲା ଏସଟିଏଫ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 22, 2019, 11:37 AM IST

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବେଆଇନ ବନ୍ଧୁକ କାରବାର ଉପରେ ରୋକ ଲଗାଇବା ଲାଗି କମିସନରେଟ ପୋଲିସର ପ୍ରୟାସ । ଶିଶୁପାଳଗଡରେ ବନ୍ଧୁକ କାରବାର ଡିଲ ହେଉଥିବାବେଳେ ଏସଟିଏଫ (ସ୍ପେଶାଲ ଟାକ୍ସ ଫୋର୍ସ) ହାତରେ ଧରାପଡିଛନ୍ତି ୬ ଅଭିଯୁକ୍ତ ।

ଗତ ଗୁରୁବାର ବନ୍ଧୁକ ଡିଲର ସୂଚନା ପାଇ ଚଢାଉ କରିଥିଲା ଏସଟିଏଫ୍ । ଚଢାଉ ସମୟରେ ବନ୍ଧୁକ କାରବାରର ମାଷ୍ଟରମାଇଣ୍ଡ ଚିନ୍ମୟ ବଡଜେନା ସହ ୫ ସହଯୋଗୀକୁ ଗିରଫ କରିଛି କମିସନରେଟ ପୋଲିସ ।

ଚଢାଉ ସମୟରେ ଏସଟିଏଫକୁ ଦେଖି ଫାୟାରିଂ କରିବା ସହ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିଲେ ଚିନ୍ମୟ ଓ ତାର ସାଥି । ପରେ ସେମାନଙ୍କୁ ଗୋଡାଇ ଗୋଡାଇ ଏସଟିଏଫ ଧରିବାରେ ସଫଳ ହୋଇଛି । ତେବେ ପୋଲିସ ଧରିବା ପୂର୍ବରୁ ସେମାନେ ବନ୍ଧୁକ ଫୋପାଡି ଦେଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ଗୋଟିଏ ବୋଲେରୋ ଏବଂ କାର ଜବତ କରାଯାଇଛି । ପୂର୍ବରୁ ଚିନ୍ମୟ ନାମରେ ଧଉଳି ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details