ଓଡିଶା

odisha

By

Published : Apr 16, 2021, 3:47 PM IST

Updated : Apr 16, 2021, 4:06 PM IST

ETV Bharat / city

ଅଜିତଙ୍କ ପତ୍ନୀ ଓ ପୁଅଙ୍କ ସହ କଥା ହେଲେ ରାହୁଲ

କଂଗ୍ରେସର ପ୍ରାକ୍ତନ ସଭାପତି ରହୁଲ ଗାନ୍ଧୀଙ୍କ ମହାନତା । ଦଳୀୟ ନେତା ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ପରେ ନିଜ କର୍ତ୍ତବ୍ୟରେ ହେଳା କରି ନାହାଁନ୍ତି ରାହୁଲ । ଅଜିତଙ୍କ ପତ୍ନୀ ଓ ପୁଅଙ୍କ ସହିତ କଥା ହୋଇଛନ୍ତି ରାହୁଲ । ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ କରିବା ଲାଗି ପ୍ରତିଶ୍ରୃତି ଦେଇଛନ୍ତି ରାହୁଲ । ଅଧିକ ପଢନ୍ତୁ...

ଅଜିତଙ୍କ ପତ୍ନୀ ଓ ପୁଅଙ୍କ ସହ କଥା ହେଲେ ରାହୁଲ
ଅଜିତଙ୍କ ପତ୍ନୀ ଓ ପୁଅଙ୍କ ସହ କଥା ହେଲେ ରାହୁଲ

ଭୁବନେଶ୍ବର: କଂଗ୍ରେସର ପ୍ରାକ୍ତନ ସଭାପତି ରହୁଲ ଗାନ୍ଧୀଙ୍କ ମହାନତା । ଦଳୀୟ ନେତା ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ପରେ ନିଜ କର୍ତ୍ତବ୍ୟରେ ହେଳା କରି ନାହାଁନ୍ତି ରାହୁଲ । ଅଜିତଙ୍କ ପତ୍ନୀ ଓ ପୁଅଙ୍କ ସହିତ କଥା ହୋଇଛନ୍ତି ରାହୁଲ । ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ କରିବା ଲାଗି ପ୍ରତିଶ୍ରୃତି ଦେଇଛନ୍ତି ରାହୁଲ ।

କୋରୋନାରେ କଂଗ୍ରେସ ନେତା ତଥା ପିପିଲି ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଦେହାନ୍ତ ହୋଇଥିଲା । ଏନେଇ ସୂଚନା ମିଳିବା ପରେ ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଶୁକ୍ରବାର ପୂର୍ବାହ୍ନରେ ସ୍ବର୍ଗତଃ ଅଜିତ ମଙ୍ଗରାଜଙ୍କ ଧର୍ମପତ୍ନୀ ବନ୍ଦନା ମଙ୍ଗରାଜ ଏବଂ ଦୁଇ ପୁଅ ଅଭିଳାଷ ଓ ଆଶୁତୋଷଙ୍କ ସହ ଫୋନରେ କଥା ହୋଇଛନ୍ତି ରାହୁଲ ।

ସ୍ବର୍ଗତଃ ଅଜିତ୍ ମଙ୍ଗରାଜଙ୍କ ଅମର ଆତ୍ମାଙ୍କ ପ୍ରତି ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାହୁଲ । ଏ ସଙ୍କଟ ସମୟରେ କଂଗ୍ରେସ ଦଳ ଅଜିତଙ୍କ ପରିବାର ସହ ଛିଡା ହେଇଛି । ଆଉ ଆଗକୁ ମଧ୍ୟ ରହିବ ବୋଲି ରାହୁଲ କହିଛନ୍ତି । ଶୋକ ସନ୍ତପ୍ତ ପରିବାର ସଦସ୍ୟ ଆଉ ଅଜିତଙ୍କ ଶୁଭେଚ୍ଛୁଙ୍କୁ ରାହୁଲ ଗଭୀର ସମବେଦନା ଅର୍ପଣ କରିଛନ୍ତି । ଏନେଇ ଓଡ଼ିଶା ପ୍ରଭାରୀ ଏ ଚେଲ୍ଲା କୁମାର ଓ ସହ-ପ୍ରଭାରୀ ରୁଦ୍ର ରାଜୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 16, 2021, 4:06 PM IST

ABOUT THE AUTHOR

...view details