ଓଡିଶା

odisha

ETV Bharat / city

ଅସତ୍ୟ ଉପରେ ସତ୍ୟର ଜୟ, ସରିଲା ରାବଣ ପୋଡି

ଅସତ୍ୟ ଉପରେ ସତ୍ୟର ଜୟ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାବଣ ପୋଡି ଅନୁଷ୍ଠିତ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

By

Published : Oct 9, 2019, 1:34 AM IST

ଭୁବନେଶ୍ବର: ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ରାବଣକୁ ବଦ୍ଧ କରିଥିଲେ ପ୍ରଭୁ ଶ୍ରୀରାମ ଚନ୍ଦ୍ର । ଆଉ ଏହି ଦିନକୁ ମନେ ରଖିବା ପାଇଁ କାହିଁ କେଉଁ କାଳରୁ ପାଳନ ହୋଇଆସୁଛି ରାବଣ ପୋଡି । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାବଣ ପୋଡି ଅନୁଷ୍ଠିତ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ମିଲନ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଏନ.ସି ହାଇସ୍କୁଲ ଖେଳପଡ଼ିଆରେ ୩୬ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମିଲନ କ୍ଲବର ସଭାପତି ପଦ୍ମନାଭ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୋରେଇ ବିଧାୟକ ଅଶୋକ ବଳ ମୁଖ୍ୟ ଅତିଥି ଆଉ ବ୍ୟାସନଗର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ ଯୋଗଦେଇଥିଲେ । ତେବେ ୩୬ ବର୍ଷ ଧରି ମିଲନ କ୍ଳବ ଏହି ରାବଣ ପୋଡି କରି ଆସୁଥିବାରୁ ଅତିଥି କ୍ଲବ ସଭ୍ୟଙ୍କୁ ପ୍ରଂଶସା କରିଥିଲେ ଅତିଥି ।

ସେପଟେ ଷ୍ଟିଲ ସିଟି ରାଉରକେଲାରେ ମଧ୍ୟ ରାବଣ ପୋଡି ଅନୁଷ୍ଠିତ ହୋଇଯାଇଛି । ଏହି ରାବଣ ପୋଡି ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ସମାଗମ ହୋଇଥିଲେ ।

ସେପଟେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ମହାଦେବ କ୍ଲବ ପକ୍ଷରୁ ଜିଲା ସ୍ତରୀୟ ରାବଣ ପୋଡି ମହୋତ୍ସବ ଅନଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଆରକ୍ଷୀ ଅଧିକ୍ଷକ ଆର.ପ୍ରକାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ । ଜିଲାପାଳ ସଂସ୍କୃତ ଶ୍ଳୋକ ପାଠ କରି ରାମ ଓ ରାବଣ ମଧ୍ୟ ରେ ଯୁଦ୍ଧ ଓ ରାବଣ ର ନିଧନ ସମ୍ପର୍କରେ କହିଥିଲେ ।

ବଲାଙ୍ଗୀରରେ ବି ଉଲ୍ଲାସର ସହ ପାଳନ ହୋଇଛି ବିଜୟା ଦଶମୀ । ଏହି ଅବସରରେ ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିବା ବେଳେ ଗାଁ ଠୁଁ ସହର ସବୁଠି ରାବଣ ପୋଡ଼ି ଉତ୍ସବ ପାଳିତ ହୋଇଯାଇଛି । ସହର ମଧ୍ୟରେ ପେଲେଶ୍ ଲାଇନ୍, ରୁଗୁଡ଼ିପଦା ଓ ଗାନ୍ଧୀନଗର ପଡ଼ାରେରାବଣ ପୋଡ଼ି ଉତ୍ସବ ଆୟୋଜିତ ହୋଇଯାଇଛି । ବଙ୍ଗୋମୁଣ୍ଡା ଫୁଟବଲ ପଡିଆ ଠାରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ ।

ଅନ୍ୟପଟେ ସୁବର୍ଣ୍ଣପୁରରେ ବି ଆଜି ପୂଜା ମଣ୍ଡପ ଗୁଡିକରେ ବିଜୟା ଦଶମୀ ପାଳିତ ହୋଇଛି । ଦେବୀ ଦୁର୍ଗାଙ୍କ ମନ୍ତ୍ର ବିସର୍ଜନ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି ରହିଛି ଘଟ ବିସର୍ଜନ ପର୍ବ । ପୂଜା କମିଟି ଗୁଡିକ ତରଫରୁ ଆୟୋଜିତ ହୋଇଛି ରାବଣ ପୋଡି ।ବିଶେଷକରି ସହରର ବ୍ଲକ ଛକରେ ବିଶାଳ 100 ଫୁଟ ଉଚ୍ଚର ରାବଣ ଦହନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details