ଓଡିଶା

odisha

By

Published : Jul 16, 2022, 5:36 PM IST

ETV Bharat / city

Odisha Assembly: ଶୁନ୍ୟକାଳରେ ଉଠିଲା ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ, ବିଶ୍ୱସ୍ତରୀୟ ଘଟଣା କହି କଟାକ୍ଷ କଲେ ବିଷ୍ଣୁ

ବିଧାନସଭା ଶୂନ୍ୟକାଳରେ ଉଠିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ । ବିଜେପି ଉପନେତା ବିଷ୍ଣୁ ଚରଣ ସେଠୀ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛନ୍ତି । ଏହା ବିଶ୍ୱସ୍ତରୀୟ ପ୍ରଶ୍ନ ପତ୍ର ଲିକ ଘଟଣା କହି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଷ୍ଣୁ । ଅଧିକ ପଢନ୍ତୁ

Odisha Odisha AssemblyAssembly
Odisha Assembly

ଭୁବନେଶ୍ବର: ବିଧାନସଭା ଶୂନ୍ୟକାଳରେ ଉଠିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ । ବିଜେପି ଉପନେତା ବିଷ୍ଣୁ ଚରଣ ସେଠୀ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛନ୍ତି । ଏହା ବିଶ୍ୱସ୍ତରୀୟ ପ୍ରଶ୍ନ ପତ୍ର ଲିକ ଘଟଣା କହି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଷ୍ଣୁ ।

ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଲଗାତାର 3 ଦିନ ହେଲା ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ ହୋଇଛି । ଶୂନ୍ୟକାଳରେ ଏନେଇ ପ୍ରଶ୍ନ ଉଠାଇ ସରକାରଙ୍କୁ ବରୋଧୀ ଦଳ ଉପନେତା ସମାଲୋଚନା କରିଛନ୍ତି । ବିଷ୍ଣୁ କହିଛନ୍ତି ଯେ, ରାଜ୍ୟ ସରକାର ସବୁବେଳେ କହୁଛନ୍ତି ଆମେ ସବୁଥିରେ ବିଶ୍ବସ୍ତରୀୟ । ସରକାରୀ ଦଳର ନେତା କୁହନ୍ତି, ସବୁ ସଫଳତା ମୁଖ୍ୟମନ୍ତ୍ରୀଙ୍କ ଲାଗି ସମ୍ଭବ । ପ୍ରଶ୍ନ ପତ୍ର ଲିକ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସଫଳତା କି କହି ସରକାରୀ ଦଳକୁ ସମାଲୋଚନା କରିଛନ୍ତି ବିଷ୍ଣୁ । ବାସ୍ତବରେ ଶିକ୍ଷା କ୍ଷେତ୍ରରେ କଣ ହେଉଛି ସେ ନେଇ ପ୍ରଶ୍ନ କରିଛନ୍ତି ବିଷ୍ଣୁ ।

ଛାତ୍ରଛାତ୍ରୀଙ୍କୁ ପାସ କରାଇବାକୁ ଆମ ଶିକ୍ଷା ମନ୍ତ୍ରୀମାନେ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇ ବିଶ୍ବସ୍ତରୀୟ କରିବାକୁ ଚାହୁଛନ୍ତି । ଯାହା ପାଇଁ ଏ ଭଳି ଅନେକ ଘଟଣା ଘଟିଥିଲେ ବି କିନ୍ତୁ ସାମ୍ନାକୁ ଆସୁନି । ଏବେ ଦଶମ ପରୀକ୍ଷା ଫଳ ବାହାରିଛି, ସରସ୍ୱତୀ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । କେଉଁ ସରକାରୀ ହାଇସ୍କୁଲ ସଫଳତା ପାଇଛି ମନ୍ତ୍ରୀ ଉତ୍ତର ଦେବାକୁ ସେ ଦାବି କରିଛନ୍ତି । ଏହା ସହ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଘଟଣାରେ ଦୁଇ ସନ୍ଦିଗ୍ଧ ଅଧ୍ୟାପକ ଲିକ ଘଟଣାରେ ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିଛି ।

ଜଣେ ମନ୍ତ୍ରୀଙ୍କ ପୁଅକୁ ପାସ କରାଇବା ପାଇଁ କଣ କରାଯାଇଥିଲା, ଏ ବାବଦରେ ଗୃହରେ ନଜିର ରହିଛି । ଏ ଭଳି ଘଟଣା ଘଟାଉଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଏପ୍ରସଙ୍ଗରେ ଗୃହରେ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details