ଓଡିଶା

odisha

ETV Bharat / city

ରାଜ୍ୟରେ ବଢିଲା କ୍ବାରେଣ୍ଟାଇନ ଅବଧି - quarantine period

odisha update
28 ଦିନିଆ ହେବ କ୍ବାରେଣ୍ଟାଇନର ଅବଧି

By

Published : May 8, 2020, 4:44 PM IST

Updated : May 8, 2020, 5:24 PM IST

16:39 May 08

28 ଦିନିଆ ହେବ କ୍ବାରେଣ୍ଟାଇନର ଅବଧି

28 ଦିନିଆ ହେବ କ୍ବାରେଣ୍ଟାଇନର ଅବଧି

ଭୁବନେଶ୍ବର: ରାଜ୍ୟରେ ବଢିଲା କ୍ବାରେଣ୍ଟାଇନ ଅବଧି । 14 ଦିନ ପରିବର୍ତ୍ତେ 28 ଦିନର କ୍ବାରେଣ୍ଟାଇନ ଅବଧି ନେଇ ଘୋଷଣା କଲେ ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ ।  

14 ଦିନ ପରିବର୍ତ୍ତେ 28 ଦିନ କ୍ବାରେଣ୍ଟାଇନ ରହିବେ ପ୍ରବାସୀ । ପ୍ରଥମେ 21 ଦିନ ସରକାରୀ କ୍ବାରେଣ୍ଟାଇନରେ ରହିବାକୁ ଥିବାବେଳେ ପରବର୍ତ୍ତୀ 7 ଦିନ ହୋମ୍‌ କ୍ବାରେଣ୍ଟାଇନରେ ରହିବେ ।  

ସେହିପରି ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ଲାଗିବ ସିସିଟିଭି । ଫଳରେ ବାହାର ଲୋକ ଭିତରକୁ ଆସିପାରିବେନି କି ଭିତର ଲୋକ ବାହାରକୁ ଯାଇପାରିବେନି । ଅନ୍ୟପଟେ କ୍ବାରେଣ୍ଟାଇନ ସେଣ୍ଟର ବାହାରେ 144 ଧାରା ଲାଗୁ ହେବ । ଏହାସହ କ୍ବାରେଣ୍ଟାଇନ ସେଣ୍ଟରରେ ପରିଷ୍କାର ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।  

ତେବେ ଏହି 21 ଦିନର ଅବଧି ଭିତରେ ଇଛୁକ ବ୍ୟକ୍ତିମାନେ କ୍ବାରେଣ୍ଟାଇନ ଭିତରେ କିଛି କାମ କରିପାରିବେ । ସରକାର ସେମାନଙ୍କୁ 10 ଦିନର କାମ ଯୋଗାଇଦେବେ । ଦିନକୁ 150 ଟଙ୍କା ମଜୁରୀରେ ସେମାନେ କାମ କରିପାରିବେ ବୋଲି ବାଗଚୀ କହିଛନ୍ତି । ଫଳରେ ପ୍ରବାସୀଙ୍କୁ କ୍ବାରେଣ୍ଟାଇନ ସେଣ୍ଟର ଘର ପରି ଲାଗିବ ବୋଲି ସେ ଦର୍ଶାଇଛନ୍ତି ।  

ସେହିପରି କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତି ଚାହିଁଲେ ସେଠାରେ ହିଁ ରୋଷେଇବାସ କରିପାରିବେ । ଏହାସହ ପଢାପଢି, ସାଂସ୍କୃତିକ କାର୍ଯ୍ୟକ୍ରମ, ଟିଭି ଦେଖା ଆଦି କରିହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 8, 2020, 5:24 PM IST

ABOUT THE AUTHOR

...view details